ବିଗ୍‌ ବସ୍‌ ପୂରା କଲେ ରଶ୍ମିଙ୍କ ସ୍ୱପ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 15, 2020

ବିଗ୍‌ ବସ୍‌ ପୂରା କଲେ ରଶ୍ମିଙ୍କ ସ୍ୱପ୍ନ

ମୁମ୍ବାଇ: ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୩‘ ଗତକାଲି ଶେଷ ହୋଇଯାଇଛି। ୧୯ ସପ୍ତାହର ଲଢ଼େଇ ପରେ କାଲି ଶୋ’କୁ ତା’ର ବିଜେତା ମିଳିଛି। ଆଙ୍ଗ୍ରି ୟଙ୍ଗ ମ୍ୟାନ୍‌ ସିଦ୍ଧାର୍ଥ ଶୁକ୍ଳା ଏହି ସିଜିନ୍‌ର ବିଜେତା ହୋଇଛନ୍ତି। ତେବେ ଗତକାଲିର ଗ୍ରାଣ୍ଡ୍‌ ଫିନାଲେରେ କେବଳ ଯେ ସିଦ୍ଧାର୍ଥଙ୍କର ସ୍ୱପ୍ନ ପୂରା ହୋଇଛି ତାହା ନୁହେଁ, ଶୋ’ର ଅନ୍ୟତମ ଫାଇନାଲିଷ୍ଟ ରଶ୍ମି ଦେଶାଇଙ୍କର ସ୍ୱପ୍ନ ମଧ୍ୟ ପୂରା ହୋଇଛି।

ଗ୍ରାଣ୍ଡ ଫିନାଲେ ଏପିସୋଡ୍‌ ରଶ୍ମିଙ୍କ ପାଇଁ ଥିଲା ବହୁତ ଖାସ୍। କାରଣ ବହୁତ ଦିନ ପରେ ସେ ନିଜ ମା’ଙ୍କୁ  ଭେଟିବାକୁ ସୁଯୋଗ ପାଇଥିଲା। ରଶ୍ମିଙ୍କ ମନୋବଳ ବଢ଼ାଇବାକୁ ତାଙ୍କ ମା’ ଶୋ’କୁ ଆସିଥିଲେ। ମା’ଙ୍କୁ ଦେଖି ରଶ୍ମି ବହୁତ ଭାବବିହ୍ୱଳ ହୋଇପଡ଼ିଥିଲେ।  କାରଣ ପାଖାପାଖି ଦେଢ଼ ବର୍ଷ ପରେ ସେ ନିଜ ମା’ଙ୍କୁ ଦେଖିଥିଲେ। କେବଳ ରଶ୍ମି ନୁହେଁ, ତାଙ୍କ ମା’ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଥିଲେ। ହେଲେ ସେ ରଶ୍ମିଙ୍କୁ ନ କାନ୍ଦିବା ପାଇଁ କହିଥିଲେ।

ଜଣାଇଦେବାକୁ ଚାହୁଁ ଯେ କୌଣସି କାରଣରୁ ମା’ ଝିଅଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। ତେଣୁ ଦେଢ଼ ବର୍ଷ ଧରି ସେମାନଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ପୂରାପୂରି ବନ୍ଦ ହୋଇଯାଇଥିଲା। ଶୋ’ରେ ଅନେକ ଥର ରଶ୍ମି ତାଙ୍କ ମା’ ଓ ସେମାନଙ୍କ ମଧ୍ୟସ୍ଥ ସଂପର୍କ ବିଷୟରେ କହିଥିଲେ। ସେ ବହୁତ ଥର ତାଙ୍କ ମା’ଙ୍କୁ ମିସ୍‌ କରୁଥିବା କଥା ଶୋ’ରେ କହିଥିଲେ। ତେବେ ଶୋ’ ଶେଷ ହେଉ ହେଉ ବିଗ୍‌ ବସ୍‌ ରଶ୍ମିଙ୍କ ସ୍ୱପ୍ନ ପୂରା କରିଦେଲେ।

ରଶ୍ମିଙ୍କ ‘ବିଗ୍‌ ବସ୍‌’ ଯାତ୍ରା ବେଶ୍‌ ଭଲ ଥିଲା। ଶୋ’ର ଆରମ୍ଭରୁ ହିଁ ସମସ୍ତେ ତାଙ୍କୁ ପସନ୍ଦ କରୁଥିଲେ। ସେ ବେଶ୍ ଭଲ ପ୍ରଦର୍ଶନ କରୁଥିଲେ। ଶୋ’ରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ଲୁଚାଇବା ଚେଷ୍ଟା କରିଥିଲେ। ତଥାପି ଅନେକ କଥା ସାମ୍ନାକୁ ଆସିଥିଲା। ସେହିପରି ଶୋ’ରେ ଏମିତି କିଛି ଘଟିଥିଲା ଯାହା ତାଙ୍କ ଜୀବନରେ ଝଡ଼ ସୃଷ୍ଟି କରିଦେଇଥିଲା। ପାର୍ଟନର୍‌ ଆର୍‌ହାନ୍‌ଙ୍କ ବିଷୟରେ ସେ ଏମିତି କିଛି କଥା ଜାଣିବାକୁ ପାଇଥିଲେ ଯାହା ତାଙ୍କୁ ପୂରା ଭାଙ୍ଗି ଦେଇଥିଲା। ତେବେ ଏହା ସତ୍ତ୍ୱେ ସେ ହାର୍ ମାନି ନଥିଲେ କି ଗେମ୍‌ ଛାଡ଼ି ନଥିଲେ। ଅନ୍ୟ ପ୍ରତିଯୋଗୀଙ୍କୁ କଡ଼ା ଟକ୍କର ଦେଇ ସେ ଫିନାଲେ ପର୍ଯ୍ୟନ୍ତ ପହଞ୍ଚିଥିଲେ।



from Odisha Reporter https://ift.tt/39E6DAa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages