ହଷ୍ଟେଲ୍‌ ଛାଡ଼ି ଯାତ୍ରା ଦେଖିବାକୁ ଗଲେ ଛାତ୍ର; ଜାଣିପାରିଲେନି କର୍ତ୍ତୃପକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ହଷ୍ଟେଲ୍‌ ଛାଡ଼ି ଯାତ୍ରା ଦେଖିବାକୁ ଗଲେ ଛାତ୍ର; ଜାଣିପାରିଲେନି କର୍ତ୍ତୃପକ୍ଷ

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍‌ ବଣ୍ଡାଘାଟିର ଏସ୍‌ଏସ୍‌ଡି ବାଳକ ହାଇସ୍କୁଲର ୫୦ରୁ ଊର୍ଦ୍ଧ୍ଵ ଛାତ୍ର ହଷ୍ଟେଲ ଛାଡ଼ି ପ୍ରାୟ ୨୦ କିଲୋମିଟର ଚାଲି ଚାଲି ଯାଇ ବନ୍ଧଗୁଡ଼ାରେ ଜାଗର ଯାତ୍ରା ଦେଖିଥିଲେ। ହେଲେ ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷ  ଜାଣିପାରି ନ ଥିଲେ। ଆଉ ଗତକାଲି ଦିନସାରା ଅଖିଆ ଅପିଆ ରହିବା ପରେ ଚାଲି ଚାଲି ପୁଣି ହଷ୍ଟେଲ ଫେରୁଥିବା ଏହି ଛାତ୍ରମାନଙ୍କୁ ମୁଦୁଲିପଡ଼ାର କିଛି ଯୁବକ ଅଟକାଇ ଥିଲେ। ପଚରାପଚରି କରିବାରୁ ସେମାନେ ୨୧ ତାରିଖଠାରୁ ହଷ୍ଟେଲରୁ ଆସିଥିବା କହିଥିଲେ। ତା’ପରେ ଉକ୍ତ ଯୁବକମାନେ ସେମାନଙ୍କୁ ଖାଇବାକୁ ଦେଇଥିଲେ ଓ ତା’ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ଖବର ଦେଇଥିଲେ। ଏଥିସହ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ପ୍ରଧାନ ଶିକ୍ଷକ ଛାତ୍ରମାନଙ୍କ ପାଖରେ ପହଞ୍ଚିଥିଲେ।

ଏନେଇ ପ୍ରଧାନଶିକ୍ଷକ କହିଛନ୍ତି, “ଜାଗର ଯାତ୍ରା ଦେଖିବାକୁ ପିଲାମାନେ ଲୁଚିକି ପଳାଇ ଯାଇଥିଲେ। ମୁଁ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବି।”

ଅନ୍ୟପକ୍ଷରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଏଭଳି ଏକ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2SODQ6C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages