‘ଅନୁପ ସାଏଙ୍କର କୌଣସି ଭୂମିକା ନାହିଁ, ଦୋଷ ମୁଣ୍ଡାଇବାକୁ ତାଙ୍କୁ ଧମକ ଦିଆଯାଉଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

‘ଅନୁପ ସାଏଙ୍କର କୌଣସି ଭୂମିକା ନାହିଁ, ଦୋଷ ମୁଣ୍ଡାଇବାକୁ ତାଙ୍କୁ ଧମକ ଦିଆଯାଉଛି’

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଡବଲ୍ ମର୍ଡର ମାମଲାରେ ଗିରଫ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ଛତିଶଗଡ଼ର ରାୟଗଡ଼ ପୁଲିସ୍ ପାଖରେ କୌଣସି ପ୍ରମାଣ ନଥିବା ବେଳେ ଦୋଷ ସ୍ୱୀକାର କରିବାକୁ ତାଙ୍କୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ତାଙ୍କ ପୁତୁରା ସଂଗ୍ରାମ ସାଏ।

ସେ କହିଛନ୍ତି, “ଏହି ହତ୍ୟାକାଣ୍ଡରେ ତାଙ୍କର (ଅନୁପ ସାଏଙ୍କର) କୌଣସି ଭୂମିକା ନାହିଁ। ତାଙ୍କୁ ଜାଣିଶୁଣି ଏ ଘଟଣାରେ ସାମିଲ କରାଯାଇଛି। ସେ ମୋତେ ନିଜେ କହିଛନ୍ତି ଯେ ତାଙ୍କୁ ପୁଲିସ୍ ବାରମ୍ବାର ମୁହଁ ଖୋଲିବାକୁ ଜୋରଜବରଦସ୍ତି କରୁଛି ଓ ଏ ଘଟଣାରେ ତାଙ୍କ ସଂପୃକ୍ତି ଥିବା କଥାକୁ ମାନି ଯିବାକୁ ଧମକ ଦେଉଛି। ସେ ନମାନିଲେ ତାଙ୍କ ଭାଇ ଓ ପୁଅଙ୍କୁ ବି ଏ ମାମଲାକୁ ଟାଣିବେ ଓ ନିର୍ଯାତନା ଦେବେ ବୋଲି ଧମକ ଦେଉଛନ୍ତି।”

ସଂଗ୍ରାମ ଆହୁରି କହିଛନ୍ତି, “ଏ ଘଟଣାରେ ପୁଲିସ୍ ପାଖରେ କିଛି ତଥ୍ୟ ନାହିଁ। ଆମକୁ ପୁଲିସ୍ କହିଛି ଯେ ସେମାନଙ୍କ ପାଖରେ କେବଳ କଲ୍‌ ଡିଟେଲ୍ସ ରହିଛି। ଆଉ ସେହି କଲ୍ ଡିଟେଲ୍ସକୁ ନେଇ ସେମାନେ ଅନୁପ ସାଏଙ୍କୁ ହତ୍ୟାକାରୀ ବୋଲି କହୁଛନ୍ତି।”

ସେହିପରି ଅନୁପଙ୍କ ବଡ଼ ଭାଇ ପ୍ରମୋଦ ସାଏ କହିଛନ୍ତି, “ଆମେ ଭୟଭୀତ ହୋଇଯାଇଛୁ। ଆମ ଜୀବନ ପ୍ରତି ବହୁତ ବିପଦ ଅଛି। ଆମେ ରାୟଗଡ଼ ଯାଇ ପଚରାଉଚରାର ସମ୍ମୁଖୀନ ହେବାକୁ ଚାହୁଁନାହୁଁ। କାରଣ ଆମେ ସେଠାକୁ ଗଲେ ସେମାନେ ଆମକୁ ମାରି ଦେବେ। ସେଠାକାର ପୁଲିସ୍ ଆମକୁ ପଚରାଉଚରା କରୁନି, ଏକ ପ୍ରକାର ଧମକ ଦେଉଛି ଓ ଦାଦାଗିରି କରୁଛି।” ଏ ଘଟଣାରେ ରାଜନୀତି ଥାଇପାରେ ବୋଲି ବି ସେ ଅଭିଯୋଗ କରିଛନ୍ତି। ତେବେ ଏନେଇ ରାୟଗଡ଼ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରୁ ଅନୁପଙ୍କ ସ୍ତ୍ରୀ, ପୁଅ, ଝିଅ, ବଡ଼ ଭାଇ ଓ ପୁତୁରାଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣାରେ ବସିଛନ୍ତି। ସେମାନେ ସାରା ରାତି ସେଠାରେ ରହିଥିଲେ। ଛତିଶଗଡ଼ ପୁଲିସ ଧମକ ଚମକ ଦେଉଥିବା ଓ ଉଠାଇ ନେବାକୁ କହୁଥିବା ଅଭିଯୋଗ କରି ସୁରକ୍ଷା ଦାବିରେ ସେମାନେ ଧାରଣାରେ ବସିଛନ୍ତି। ଏ ନେଇ ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି। ଏମିତି କି ଗତକାଲି ଅନୁପଙ୍କ ବଡ଼ ଭାଇ କହିଥିଲେ ଯେ ଯଦି ସେମାନଙ୍କୁ ସୁରକ୍ଷା ନ ମିଳେ, ତା’ହେଲେ ସେମାନେ ସମସ୍ତେ ବିଷ ପିଇ ଦେବେ।

ଇତି ମଧ୍ୟରେ ରାୟଗଡ଼ ପୁଲିସ୍ ଅନୁପଙ୍କ ପୁଅ ଶୁଭମ୍‌ଙ୍କୁ ବି ଥାନାରେ ହାଜର ହେବାକୁ ନୋଟିସ୍ ଦେଇଛି। ଅନ୍ୟପକ୍ଷରେ ଅନୁପ ସାଏଙ୍କୁ ପୁଣି ରିମାଣ୍ଡରେ ନେଇପାରେ ରାୟଗଡ଼ ପୁଲିସ୍। ଗତକାଲି ତାଙ୍କର ୩ ଦିନିଆ ରିମାଣ୍ଡ ସରିବା ପରେ ତାଙ୍କୁ ରାୟଗଡ଼ କୋର୍ଟରେ ହାଜର କରାଯାଇଥିଲା। ଏହା ସହିତ ତାଙ୍କୁ ଆଉ ୩ ଦିନ ରିମାଣ୍ଡରେ ନେବାକୁ ପୁଲିସ୍ କୋର୍ଟରେ ଆବେଦନ କରିଛି। ସେହିପରି ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମାଗିଛି ପୁଲିସ୍।



from Odisha Reporter https://ift.tt/2T2cJnq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages