ଆସିଲା ବପ୍ପୀ ଲହିରୀଙ୍କ ନୂଆ ଗୀତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

ଆସିଲା ବପ୍ପୀ ଲହିରୀଙ୍କ ନୂଆ ଗୀତ

ମୁମ୍ବାଇ: ଅଭିନେତା ସଞ୍ଜୟ ମିଶ୍ରା ଷ୍ଟାରର୍‌ ଫିଲ୍ମ ‘କାମ୍‌ୟାବ’ର ନୂଆ ଗୀତ ‘ଟିମ୍‌ ଟିମ୍‌ ଟିମ୍‌’ ରିଲିଜ୍ ହୋଇଯାଇଛି। ଏହି ଗୀତଟିକୁ ବଲିଉଡ୍‌ର ପୁରୁଣା ଯୁଗର କଳାକାରଙ୍କୁ ସମର୍ପିତ କରାଯାଇଛି। ଗୀତଟିକୁ ବଲିଉଡ୍‌ର ଡିସ୍କୋ କିଙ୍ଗ୍ ବପ୍ପୀ ଲହିରୀ ଗାଇଥିବାବେଳେ ନିରଜ ପାଣ୍ଡେ ଏହାକୁ ଲେଖିଛନ୍ତି। ଗୀତଟିକୁ ଜି ମ୍ୟୁଜିକ୍‌ କମ୍ପାନୀ ୟୁଟ୍ୟୁବ୍‌ରେ ଅପ୍‌ଲୋଡ୍‌ କରିଛି।

ବପ୍ପୀଙ୍କ କଣ୍ଠରେ ଏହି ଗୀତଟି ବେଶ୍ ଭଲ ଲାଗୁଛି। ଏହା ପୁଣିଥରେ ପୁରୁଣା ଯୁଗର ଯାଦୁକୁ ଫେରାଇ ଆଣିଛି। କିଛିଦିନ ତଳେ ଏହି ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି। ଦର୍ଶକଙ୍କୁ ଏହା ବେଶ୍ ମଜାଦାର ଲାଗିଛି। ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି ଓ ଏଥିରେ ଅଭିନେତା ସଞ୍ଜୟ ମିଶ୍ରାଙ୍କ ଅଭିନୟର ପ୍ରଶଂସା ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ, ଫିଲ୍ମ ‘କାମ୍‌ୟାବ’ରେ ସଞ୍ଜୟ ମିଶ୍ରାଙ୍କ ବ୍ୟତୀତ ଦୀପକ ଡୋବରିୟାଲ୍, ସାରିକା ସିଂହ ଓ ଈଶା ତଲୱାର୍ ଭଲି କଳାକାରମାନେ ଅଭିନୟ କରିଛନ୍ତି। ହାର୍ଦ୍ଦିକ୍ ମେହେତା ଏହାର ନିର୍ଦ୍ଦେଶନା ଦେବା ସହ କାହାଣୀ ମଧ୍ୟ ଲେଖିଛନ୍ତି। ଫିଲ୍ମଟି ମାର୍ଚ୍ଚ ୬ରେ ପରଦାକୁ ଆସିବ।



from Odisha Reporter https://ift.tt/2PuiU2x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages