କାଡାଭେରିକ ପ୍ରତିରୋପଣରେ ଆଉ ଏକ ସଫଳତା; ପ୍ରିୟଙ୍କାଙ୍କ ପରେ ସୁଚିତ୍ରା ଦେଲେ କିଡ଼ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

କାଡାଭେରିକ ପ୍ରତିରୋପଣରେ ଆଉ ଏକ ସଫଳତା; ପ୍ରିୟଙ୍କାଙ୍କ ପରେ ସୁଚିତ୍ରା ଦେଲେ କିଡ଼ନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଡାଭେରିକ ପଦ୍ଧତିରେ ଅଙ୍ଗଦାନ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡ଼ିଶା। ବ୍ରହ୍ମପୁରର ପ୍ରିୟଙ୍କାଙ୍କ ପରେ ଏଥର ଉଦାହରଣ ସୃଷ୍ଟି କରିଛନ୍ତି କଟକ ରାଜା ବଗିଚା ଲେବର କଲୋନୀ ଅଞ୍ଚଳର ସୁଚିତ୍ରା ଦାସ। ନିଜେ ମରି ବି ଆଉ ୨ ଅମୂଲ୍ୟ ଜୀବନ ବଞ୍ଚାଇ ଦେଇଗଲେ ସୁଚିତ୍ର।

ସୂଚନା ଅନୁଯାୟୀ, ୫୬ ବର୍ଷୀୟା ସୁଚିତ୍ରା ଦାଶ ଗତ ୨୩ ତାରିଖରେ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ଡାକ୍ତର ସୁଚିତ୍ରାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହି ଖବର ଶୁଣି ପରିବାର ଲୋକ ଭାଙ୍ଗି ପଡ଼ିଥିଲେ ମଧ୍ୟ  ତାଙ୍କ ଜୀବନ ବ୍ୟର୍ଥ ହେବାକୁ ଦେବେ ନାହିଁ ବୋଲି ନିଷ୍ପତ୍ତି ନେଲେ।

ଏହାପରେ ସୁଚିତ୍ରାଙ୍କ ସ୍ୱାମୀଙ୍କ ଅନୁମତି କ୍ରମେ ସ୍ୱାସ୍ଥ୍ୟ ବିଭାଗର ଅନୁମତି ଲୋଡ଼ା ଯାଇଥିଲା। ସୁଚିତ୍ରାଙ୍କ କିଡ଼ନୀ, ଲିଭର, ହାର୍ଟ ମଧ୍ୟ ଦାନ କରିବାକୁ ପରିବାର ଲୋକେ ପ୍ରସ୍ତୁତ ଥିଲେ। କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କର ଦୁଇଟି କିଡ଼ନୀ ସଂଗ୍ରହ କରିବା ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କରିଦେଲେ। ଆପୋଲୋ ହସ୍ପିଟାଲର ୟୁରୋଲୋଜି ବିଭାଗର ବରିଷ୍ଠ ସର୍ଜନ ଡା. ସମୀରନ ଦାସ ଅଧିକାରୀଙ୍କ ନେତୃତ୍ୱରେ ଗତ ରାତିରେ ସୁଚିତ୍ରାଙ୍କ ଶରୀରରୁ ୨ଟି କିଡନୀ କଢ଼ାଯାଇଥିଲା।

ସେଥିମଧ୍ୟରୁ ଗୋଟିଏ ଆପୋଲୋରେ ଚିକିତ୍ସିତ ହେଉଥିବା ୫୫ ବର୍ଷୀୟ ଜଗନ୍ନାଥ ସୁରଙ୍କଠାରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ପଠାଯାଇଥିଲା । ସେମାନେ ଦୀର୍ଘ ଦିନ ହେବ କିଡ଼ନୀ ଅପେକ୍ଷାରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ।  କିଡ଼ନୀ ପ୍ରତିରୋପଣ ପରେ ଦୁଇଜଣ ନୂଆ ଜୀବନ ପାଇଛନ୍ତି ।

ସୂଚନାଯୋଗ୍ୟ, ଗତ ୪ ତାରିଖରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ସଡ଼କ ଦୁର୍ଘଟଣାରେ ବ୍ରେନ୍‌ ଡେଡ ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କ କିଡ଼ନୀ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ତୁରନ୍ତ ପ୍ରିୟଙ୍କାଙ୍କ ୨ଟି କିଡ଼ନୀ କଢ଼ାଯାଇ ୨ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା।

ସୁଚିତ୍ରାଙ୍କୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ  ଅନ୍ୟ ୨ ରୋଗୀଙ୍କ ଜୀବନ ବଞ୍ଚାଇ ଦେଇ ଯାଇଥିବାରୁ ସେମାନଙ୍କ ମନରେ ଆନନ୍ଦ ଦେଖାଦେଇଛି।



from Odisha Reporter https://ift.tt/2vcb5rA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages