ବଜିରଗଞ୍ଜ କୋର୍ଟରେ ବୋମା ମାଡ଼, ୩ ଓକିଲ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 13, 2020

ବଜିରଗଞ୍ଜ କୋର୍ଟରେ ବୋମା ମାଡ଼, ୩ ଓକିଲ ଆହତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ଏକ କୋର୍ଟରେ ଆଜି ବୋମାମାଡ଼ ହୋଇଛି। ଏହି ବୋମା ବିସ୍ଫୋରଣ ବଜିରଗଞ୍ଜ ଅଞ୍ଚଳରେ ହୋଇଛି। ଏଥିରେ ଅନେକ ଓକିଲ ଆହତ ହୋଇଛନ୍ତି। କୋର୍ଟ ପରିସରରୁ ୩ଟି ଅଫୁଟା ବୋମା ମିଳିଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ବିସ୍ଫୋରଣରେ କିଛି ଲୋକ ଆହତ ହୋଇଛନ୍ତି।

ନିକଟରେ କୋର୍ଟରେ ନିର୍ବାଚନ ଥିଲା। ଦୁଇ ଓକିଲଙ୍କ ମଧ୍ୟରେ ବିବାଦ ଥିବା କାରଣରୁ ଏହି ବୋମା ମାଡ଼ ହୋଇଛି ବୋଲି ଆକଳନ କରାଯାଉଛି। ଜିତୁ ଯାଦବ ନାମକ ବ୍ୟକ୍ତି ଏହି ବୋମା ବିସ୍ପୋରଣ କରାଇଛି ବୋଲି ଅଭିଯୋଗ ହୋଇଛି।

ବୁଧବାର ଦୁଇ ଓକିଲଙ୍କ ମଧ୍ୟରେ ବିବାଦ ଥିବା ନେଇ ଖବର ସାମ୍ନା ଆସିଥିଲା। ଯେତେବେଳେ ବାର କାଉନସିଲରେ ଗୋଟିଏ ପକ୍ଷ ଗତକାଲି ଅଭିଯୋଗ କରିଥିଲେ। ଯେଉଁଥିପାଇଁ ଏହି ବିବାଦ ଆଜି ହିଂସାର ରୂପ ନେଇଛି।

ଆହତ ଓକିଲ ହେଲେ ବାର କାଉନସିଲର ପ୍ରମୁଖ ଅଧିକାରୀ ସଞ୍ଜୀବ ଲୋଧୀ। ଲକ୍ଷ୍ନୌ ବାର ଆସୋସିଏସନର ସଂଯୁକ୍ତ ମନ୍ତ୍ରୀଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଛି। ବୋମା ମାଡ଼ ଅଭିଯୁକ୍ତ ଜିତୁ ଯାଦବ ମଧ୍ୟ ବାର କାଉନସିଲର ସଦସ୍ୟ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2SnLvbK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages