ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ପଥର ତଳୁ ଡିଜେଲ ବାହାରିବା ଘଟଣା ପରେ ସ୍ଥାନୀୟ ପେଟ୍ରୋଲ ପମ୍ପ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇଯାଇଛି।
ଡିଜେଲ ପାଇପ୍ ଲାଇନ୍ରେ କୌଣସି ଲିକ୍ ଥିବା ସନ୍ଦେହରେ କମ୍ପାନୀର ଏକ ଟେକନିକାଲ୍ ଟିମ୍ ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷରେ ପେଟ୍ରେଲ ପମ୍ପ ବନ୍ଦ ଯୋଗୁ ସ୍ଥାନୀୟ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲର ଅଭାବ ଦେଖାଦେଇଛି। ଏହାସହ ବଜାରରେ ପେଟ୍ରୋଲ ଓ ଡିଜେଲର କଳାବଜାରୀ ଦେଖିବାକୁ ମିଳିଛି। ଅଧିକ ଟଙ୍କା ଦେଇ ଲୋକେ ଡିଜେଲ, ପେଟ୍ରୋଲ କିଣିବା ସହ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିଜେଲ ଲିକ୍ ହୋଇ ଚାଷ ଜମିରେ ମିଶି ଯିବା ଫଳରେ ଧାନ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।
from Odisha Reporter https://ift.tt/2HkOcEA
No comments:
Post a Comment