ଅପରାହ୍ନରେ ବଦଳରେ ସନ୍ଧ୍ୟାରେ ହେଲା ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 19, 2020

ଅପରାହ୍ନରେ ବଦଳରେ ସନ୍ଧ୍ୟାରେ ହେଲା ପରୀକ୍ଷା

ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ହାଇସ୍କୁଲରେ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ‘ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍’ ପରୀକ୍ଷା ଅପରାହ୍ଣ ବଦଳରେ ସନ୍ଧ୍ୟାରେ ପରୀକ୍ଷା କରାଯାଇଛି। ଗତକାଲି ଇଂରାଜୀ ବିଷୟ ପରୀକ୍ଷା ଥିଲା। ହେଲେ ପ୍ୟାକେଟ୍‌ରେ ଇଂରାଜୀ ବଦଳରେ ଓଡ଼ିଆ ପ୍ରଶ୍ନପତ୍ର ଥିଲା ।

ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ପରେ ନିର୍ଦ୍ଧାରିତ ସମୟ ଅପରାହ୍ନ ସାଢ଼େ ଗୋଟିଏ ବଦଳରେ ୨୦୬ ଜଣ ପରୀକ୍ଷାର୍ଥୀ ସନ୍ଧ୍ୟା ୬ଟାରେ ପରୀକ୍ଷା ଦେଇଥିଲେ। ଆଉ ରାତି ସାଢ଼େ ୮ଟା ଯାଏ ପରୀକ୍ଷା ହୋଇଥିବା ସୂଚନା ମିଳିଛି। ତେବେ ଏଭଳି ଅସମୟରେ ପରୀକ୍ଷା କରିବା ପାଇଁ କିଏ ଏବଂ କାହିଁକି ଅନୁମତି ଦେଲେ ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ଏନେଇ ବୋର୍ଡ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।



from Odisha Reporter https://ift.tt/2P6VdwY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages