ଜଳେଶ୍ୱର(ଅଜିତ ଦାସ): ସଡ଼କ ଓ ପରିବହନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ ହୋଇଛି। ମାଲ ବୁହା ଗାଡ଼ିରେ ବସ୍ତା ଭଳି ଯାତ୍ରୀ ବୋଝେଇ ହୋଇ ଯାଉଛନ୍ତି। ଏହି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ। କାମ ସନ୍ଧାନରେ ପ୍ରତିଦିନ ଏଭଳି ଅସୁରକ୍ଷିତ ଅବସ୍ଥାରେ ଯାଉଛନ୍ତି ଶ୍ରମିକ। ଯେଉଁଠି ବସିବା ତ’ ଦୂରର କଥା ଛିଡ଼ା ହେବା ବି ମୁସକିଲ୍। ଯେନତେନ ପ୍ରକାରରେ ଏମାନଙ୍କୁ ବୁହା ହୁଏ।
ପିକ୍ଅପ୍ ଭ୍ୟାନରେ ଖୁନ୍ଦାଖୁନ୍ଦି ହୋଇ ୪୦ରୁ ଅଧିକ ଶ୍ରମିକଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ଦୈନିକ ବାଲେଶ୍ୱର ଜିଲ୍ଲାକୁ ଅଣାଯାଏ। ଯେଉଁ ଗାଡ଼ିର ଡାଲାରେ ଜିନିଷ ବୁହା ଯାଏ ସେଠି ମଣିଷଙ୍କୁ ଏଭଳି ବିପଦସଙ୍କୁଳ ଅବସ୍ଥାରେ ନିଆଯାଉଥିବାରୁ ଏମାନଙ୍କ ଜୀବନ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି। ଏଭଳି ବିପଦ ସଙ୍କୁଳ ଯାତ୍ରାକୁ ନେଇ ପରିବହନ କିମ୍ବା ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି। ବାରମ୍ବାର ସଡ଼କ ଦୁର୍ଘଟଣାରେ ବହୁମୂଲ୍ୟ ଜୀବନ ଯାଉଛି। ତଥାପି ନା ଆରଟିଓ କିମ୍ବା ପୁଲିସ୍ ଚେତୁଛି।
from Odisha Reporter https://ift.tt/2V6ZuEs
No comments:
Post a Comment