ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜ୍ରିୱାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍‌ ଆଦ୍‌ମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଆଜି ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀର ରାମଲୀଲା ମଇଦାନରେ ଲ୍ୟୁଟ୍‌ନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

କେଜ୍ରିୱାଲ୍‌ଙ୍କ ସହିତ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନେ ହେଉଛନ୍ତି- ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାସ ଗେହଲୋଟ, ଇମ୍ରାନ୍ ହୁସେନ୍‌ ଓ ରାଜେନ୍ଦ୍ର ଗୌତମ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ କେଜରିଓ୍ୱାଲ କହିଥିଲେ,“ଏହା ମୋର ନୁହେଁ, ଦିଲ୍ଲୀବାସୀଙ୍କ ବିଜୟ। ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛି। ଲୋକଙ୍କ ଜୀବନରେ ଟିକେ ଖୁସି ଆଣି ପାରିଥିବାରୁ ଅତ୍ୟନ୍ତ ଖୁସି ଅଛି।”

ଏହି ଅବସରରେ ସେ କହିଥିଲେ, “ ମୁଁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲି। ତେବେ ସେ ଆସିପାରି ନାହାନ୍ତି। ସେ ବୋଧେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବେ। ତେବେ  ମୁଁ ଏହି ମଞ୍ଚରୁ ତାଙ୍କର ଆଶୀର୍ବାଦ କାମନା କରୁଛି। ମୁଁ କେନ୍ଦ୍ର ସହ ମିଶି ଦିଲ୍ଲୀର ବିକାଶ କରିବାକୁ ଚାହୁଁଛି।”

ଏହା ସହିତ କେଜ୍ରିୱାଲ୍ କହିଥିଲେ ଦିଲ୍ଲୀରୁ ନୂଆ ରାଜନୀତି ଆରମ୍ଭ ହୋଇଛି। ଏହା ଦିଲ୍ଲୀବାସୀଙ୍କ କମାଲ୍। ବଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଦିଲ୍ଲୀ ପୂରା ଦେଶରେ ମଡେଲ୍ ସାଜିଛି।

ଏହି ଅବସରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ‘ଲିଟିଲ୍‌ ମଫଲର୍‌ମ୍ୟାନ୍‌’ ମଧ୍ୟ ଉପସ୍ଥିତ ରହିଥିଲେ। ସେ ଅରବିନ୍ଦ କେଜ୍ରିୱାଲଙ୍କ ଗେଟ୍‌ଅପ୍‌ରେ ଆସିଥିଲେ। ଏହି ଗେଟ୍‌ଅପ୍‌ ପାଇଁ ସେ ପୂର୍ବରୁ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲେ।

ସୂଚନାଯୋଗ୍ୟ, ଏଥର ନିର୍ବାଚନରେ ଆପ୍ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଛି। ବାକି ୮ଟି ଆସନ ବିଜେପି ପାଖକୁ ଯାଇଛି। ୨୦୧୫ ନିର୍ବାଚନରେ ଆପ୍ ୬୭ ଆସନରେ ଜିତିଥିଲା।



from Odisha Reporter https://ift.tt/2OSphfV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages