ସ୍ୱାଭିମାନ ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 16, 2020

ସ୍ୱାଭିମାନ ଅଞ୍ଚଳରେ ଲ୍ୟାଣ୍ଡମାଇନ ବିସ୍ଫୋରଣ

ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ନକ୍ସଲ ଦାମନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଗତକଲି ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଥିଲେ ଗୃହ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା ଆଇପିଏସ୍‌ ଅଫିସର କେ. ବିଜୟ କୁମାର। ସେ ସ୍ୱାଭିମାନ ଅଞ୍ଚଳ ଗସ୍ତ କରି ନକ୍ସଲଙ୍କ ଗତିବିଧି ନେଇ ଜିଲ୍ଲା ବରିଷ୍ଠ ପୁଲିସ ଅଧିକାରୀଙ୍କ ଆଲୋଚନା କରିଛନ୍ତି। କେ. ବିଜୟ କୁମାରଙ୍କ ଗସ୍ତ ପରେ ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛି। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି।

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନର ବିଡାର ପାକନା ଓ ହାନ୍ତାଳଗୁଡ଼ା ଗାଁ ରାସ୍ତା ମଧ୍ୟରେ ଥିବା  କଲଭର୍ଟ ନିକଟରେ ଗତକାଲି ବିସ୍ଫୋରଣ ହୋଇଥିଲା। ହେଲେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ତେବେ ବିସ୍ଫୋରଣ ସ୍ଥଳରେ ୪ରୁ ୫ ଫୁଟ୍‌ର ଗର୍ତ୍ତ ସୃଷ୍ଟି ହୋଇଛି। ଖବର ପାଇ ବିଏସ୍‌ଏଫ୍‌ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଗର୍ତ୍ତଟିକୁ ପୋତି ଦେଇଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିବା ଜଣାପଡ଼ିଛି।

ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ଭୟରବାତାବରଣ ଖେଳିଯାଇଛି। ସୁରକ୍ଷା କର୍ମୀମାନେ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚଳାଇଛନ୍ତି।

ସୂଚନାରୁ ପ୍ରକାଶ, ନକ୍ସଲମାନେ ସ୍ୱାଭିମାନ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟକୁ ବିରୋଧ କରିଆସୁଛନ୍ତି। କେତେବେଳେ କାହାକୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରୁଛନ୍ତି ତ ଆଉ କେତେବେଳେ ଲ୍ୟାଣ୍ଡମାଇନ୍‌ ଲଗାଇ ରାସ୍ତା ଉଡାଇ ଦେଉଛନ୍ତି। ଏପରିକି ପ୍ରଜା କୋର୍ଟ କରି ସୁରକ୍ଷା କର୍ମୀଙ୍କୁ ବିରୋଧ କରିବାକୁ ଗାଁ ଲୋକଙ୍କୁ ଚେତାବନୀ ଦେଉଛନ୍ତି।



from Odisha Reporter https://ift.tt/3bH3stC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages