ଭୁବନେଶ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 27, 2020

ଭୁବନେଶ୍ୱରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି  କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇଛନ୍ତି।

ବିମାନ ବନ୍ଦରରେ ଅମିତ ଶାହାଙ୍କୁ ଭବ୍ୟ ସ୍ୱାଗତ ଜଣାଇ ପାଛୋଟି ନେଲେ ବିଜେପି ନେତା।  ଏଥିନିମନ୍ତେ ବିମାନ ବନ୍ଦରରେ ବହୁ ହେଭିୱେଟ ବିଜେପି ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି। ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା  ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଥିଲେ। ସେମାନଙ୍କ ବ୍ୟତୀତ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶାହାଙ୍କ ସ୍ୱାଗତ ନିମନ୍ତେ ଉପସ୍ଥିତ ଥିଲେ।

ବିମାନ ବନ୍ଦରରୁ ସିଧା ଲୋକସେବା ଭବନ ଅଭିମୁଖେ ଯାତ୍ରା କଲେ ଶାହା। ସେଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦର ୨୪ତମ ବୈଠକ ଲୋକସେବା ଭବନରେ ଆରମ୍ଭ ହୋଇଛି।  ଅମିତ ଶାହା ଏହି ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେଇଛନ୍ତି। କିନ୍ତୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି।

ଏହି  ବୈଠକ ଅପରାହ୍ନ ୨ଟା ଯାଏ ଚାଲିବ। ୨ଟା ୩୦ରୁ ଅପରାହ୍ଣ ୪ଟା ଯାଏ ଶାହା ଜନତା ମଇଦାନରେ CAA ସମର୍ଥନରେ ସଭା କରିବେ। ଏହାପରେ ସନ୍ଧ୍ୟା ୬ଟାରୁ ୭ଟା ୩୦ ମଧ୍ୟରେ ବିଜେପିର ୨ଶହରୁ ଅଧିକ ପ୍ରମୁଖ ନେତାଙ୍କୁ ନେଇ ରୁଦ୍ଧଦ୍ୱାର ବୈଠକ କରିବେ। ଏହି ବୈଠକରେ ସବୁ ବିଧାୟକ, ସବୁ ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଉପସ୍ଥିତ ରହିବେ। ଏଥିରେ ସାଂଗଠନିକ ସ୍ଥିତି ଓ ଆଗାମୀ ରଣନୀତି ଉପରେ ଆଲୋଚନା ହେବ। ଆସନ୍ତା କାଲି ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଅମିତ ଶାହ ଦିଲ୍ଲୀ ଫେରିଯିବେ।



from Odisha Reporter https://ift.tt/2wXk0xD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages