‘ଭୁଲ୍‌ଭୁଲେୟା ୨’ରେ ବି ରାଜ୍‌ପାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

‘ଭୁଲ୍‌ଭୁଲେୟା ୨’ରେ ବି ରାଜ୍‌ପାଲ୍

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଭୁଲ୍‌ଭୁଲେୟା ୨’ ଏବେ ଚର୍ଚ୍ଚାରେ ରହିଛି। ନିର୍ଦ୍ଦେଶକ ତଥା ଲେଖକ ଅନୀସ ବଜ୍‌ମୀ ଏହି ଫିଲ୍ମକୁ ନେଇ ବହୁତ ପରିଶ୍ରମ କରୁଛନ୍ତି। ତାଙ୍କ କହିବା ମୁତାବକ, ଏହି ଫିଲ୍ମଟି ୨୦୦୭ରେ ଆସିଥିବା ‘ଭୁଲ୍‌ଭୁଲେୟା’ର ସିକ୍ୱେଲ ହେବ। ହେଲେ ଏହାର କାହାଣୀ ପୂରା ଅଲଗା ରହିବ। ଏଣୁ ସେ ଏଥିରେ ଅନେକ ଟ୍ୱିଷ୍ଟ ରଖିବାକୁ ଚେଷ୍ଟା କରିଛନ୍ତି। ତେବେ ଫିଲ୍ମଟିକୁ ନେଇ ଏବେ ଆଉ ଏକ ଖବର ଆସିଛି ଯେ ଏଥିରେ ରାଜ୍‌ପାଲ୍‌ ଯାଦବ ମଧ୍ୟ ନଜର ଆସିବେ।

ଫିଲ୍ମ ‘ଭୁଲ୍‌ଭୁଲେୟା’ରେ ରାଜପାଲ୍‌ ନିଜ କମେଡ଼ିରେ ଲୋକଙ୍କୁ ଖୁବ୍‌ ହସାଇଥିଲେ। ଦର୍ଶକ ଫିଲ୍ମରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ। ଫିଲ୍ମରେ ସେ ନଟବର ଓରଫ ଛୋଟା ପଣ୍ଡିତ୍‌ ଭୂମିକାରେ ଅଭିନୟ କରିଥିଲେ।

ଭୁଲ୍‌ଭୁଲେୟା ୨’ ନେଇ ସେ କହିଛନ୍ତି, “ମୋତେ ବହୁତ ଖୁସି ଲାଗୁଛି। ଦର୍ଶକଙ୍କୁ ବହୁତ ଧନ୍ୟବାଦ ଯେ ମୋର ସେଇ ରୋଲ୍‌କୁ ଏତେ ପସନ୍ଦ କରିଛନ୍ତି ଓ ଆଜି ବି ତାକୁ ମନେ ରଖିଛନ୍ତି। ତେବେ ମୁଁ ଏହାର ସିକ୍ୱେଲ୍‌ର ନିର୍ଦ୍ଦେଶକ ଅନୀସ୍ ବଜମୀ ଓ ପ୍ରଯୋଜକ ଭୂଷଣ କୁମାରଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି। ମୁଁ ଶୀଘ୍ର ଏହାର ଶୁଟିଂ ଆରମ୍ଭ କରିବି। ସେଥିପାଇଁ ବହୁତ ଉତ୍ସାହିତ ଅଛି।”

ସୂଚନାଯୋଗ୍ୟ, ‘ଭୁଲ୍‌ଭୁଲେୟା’ରେ ଅକ୍ଷୟ କୁମାର୍‌ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଅକ୍ଷୟ ଓ ରାଜପାଲ୍‌ଙ୍କ ବ୍ୟତୀତ ଏହି ଫିଲ୍ମରେ ବିଦ୍ୟା ବାଲନ୍, ଶାଇନି ଆହୁଜା, ପରେଶ ରାୱଲ୍ ଓ ବିକ୍ରମ୍ ଗୋଖଲେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲା।



from Odisha Reporter https://ift.tt/39V5sMR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages