ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର, ଜଳିଗଲା ଜଳଖିଆ ଦୋକାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ଫାଟିଗଲା ଗ୍ୟାସ୍‌ ସିଲିଣ୍ଡର, ଜଳିଗଲା ଜଳଖିଆ ଦୋକାନ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଢ଼ିଆସାହି ବଜାରରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଜଳଖିଆ ଦୋକାନ ପାଉଁଶ ହୋଇଯାଇଛି। ଗ୍ୟାସ୍ ଲିକ୍‌ ହୋଇ ସିଲିଣ୍ଡର ଫାଟି ଯିବା ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ଏହି ଦୋକାନଟି ବାବନ ସାହୁଙ୍କର।  ଆଜି ସକାଳେ ଏହି ଘଟଣା ଘଟିଥିଲା। ବାବନଙ୍କ ଦୋକାନରୁ ନିଆଁ ଅନ୍ୟ ପାଖାପାଖି ଦୋକାନଗୁଡ଼ିକୁ ମାଡ଼ି ଯାଇଥିଲା। ଦେଖୁ ଦେଖୁ ପାଖରେ ଥିବା ସେଲୁନ ଓ ଷ୍ଟେସନାରୀ ଦୋକାନ ବି ଏହାର କବଜାକୁ ଚାଲି ଯାଇଥିଲା। ତେବେ ଏହି ଦୋକାନ ଗୁଡ଼ିକରୁ ଠିକ୍ ସମୟରେ ଜିନିଷ ପତ୍ର ବାହାର କରି ଦିଆଯାଇଥିବାରୁ ବିଶେଷ କିଛି କ୍ଷତି ହୋଇ ନଥିଲା।

ପ୍ରଥମେ ଉପସ୍ଥିତ ଲୋକେ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ। ହେଲେ ନିଆଁକୁ ବ୍ୟାପିବାରୁ ରୋକି ପାରି ନ ଥିଲେ। ଖବର ପାଇ ଜଗତସିଂହପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ବାବନଙ୍କ ଜଳଖିଆ ଦୋକାନଟି ସମ୍ପୂର୍ଣ୍ଣ ଜଳି ସାରିଥିଲା।



from Odisha Reporter https://ift.tt/37ObsFJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages