ନିଆଳି (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଆଳି ତହସିଲ କାର୍ଯ୍ୟାଳୟରେ ଆଜି ଭୋରରୁ ନିଆଁ ଲାଗିଯାଇଛି। ନିଆଁରେ ତହସିଲ କାର୍ଯ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଛି। ତହସିଲ କାର୍ଯ୍ୟାଳୟର କମ୍ପ୍ୟୁଟର ସେକ୍ସନରେ ନିଆଁ ଲାଗିଥିବାରୁ ବହୁ କମ୍ପ୍ୟୁଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଅଗ୍ନିକାଣ୍ଡ କେମିତି ଘଟିଲା ତାହା ଜଣାପଡ଼ିନାହିଁ। ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
from Odisha Reporter https://ift.tt/2VgOXXF
No comments:
Post a Comment