ମିଠା ମିଠା କଥା କହି ଠକିଦେଲେ ପୁଲିସ୍‌ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 23, 2020

ମିଠା ମିଠା କଥା କହି ଠକିଦେଲେ ପୁଲିସ୍‌ ବାବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଠା ମିଠା କଥା କହି ମନ ମୋହିନେଲେ। ପ୍ରେମରେ ପଡ଼ିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଛଳନା କଲେ। ଏବେ କିନ୍ତୁ  ଆଉ ଧରା ଛଉଆଁ ଦେଉ ନାହାନ୍ତି। ବିବାହ ନାଁ ଧରିଲେ ନାନା ବାହାନା କରି ସମୟ ଗଡ଼ାଇ ଚାଲୁଛନ୍ତି। ଏପରି ଅଭିଯୋଗ ଆସିଛି ଜଣେ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ। ଅଭିଯୁକ୍ତଜଣକ ଭୁବନେଶ୍ୱର ୧୨୩ ରିଜର୍ଭ ବାଟାଲିଅନର ଡିଏସ୍‌ପି ମନୋଜ କୁମାର ମହାକୁଡ଼ ବୋଲି ଜଣାପଡ଼ିଛି। ତାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ।

ଏ ନେଇ ଯୁବତୀ ଜଣକ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ସଂପୃକ୍ତ ଅଧିକାରୀ ତାଙ୍କୁ ଅସଦାଚରଣ କରିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଏତଲା ପରେ ଅଭିଯୁକ୍ତ ଡିଏସ୍‌ପି ମନୋଜ ମହାକୁଡ଼ଙ୍କୁ ଥାନାରେ ଅଟକ ରଖିଛି ପୁଲିସ୍‌।   



from Odisha Reporter https://ift.tt/32n9dZe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages