ମାଛ ଭାଜିଲା ବେଳେ ବାହାରିଲା ପୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ମାଛ ଭାଜିଲା ବେଳେ ବାହାରିଲା ପୋକ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ମାଛ ଭାଜିଲା ବେଳେ ମାଛରୁ ବାହାରିଲା ପୋକ। ଏମିତି ଘଟଣା ସମ୍ବଲପୁର ଅଇଁଠାପାଲିରେ ଦେଖିବାକୁ ମିଳିଥିବା ବେଳେ ଏଥିଯୋଗୁ ତୁମୁଳ କାଣ୍ଡ ଘଟିଯାଇଛି ।

ଶଙ୍କର ପ୍ରସାଦ ନାମକ ବ୍ୟକ୍ତି ଗତକାଲି ସକାଳେ ଅଇଁଠାପାଲିର ଜଣେ ମାଛ ବିକାଳିଙ୍କ ନିକଟରୁ ରୋହି ମାଛ ନେଇଥିଲେ। ମାଛକୁ ନେଇ ଘରେ ଭାଜିବା ବେଳେ  ସେଥିରୁ କିନ୍ତୁ ପୋକ ବାହାରିଥିଲା।  ଶଙ୍କର ସମ୍ବଲପୁର ମହାନଗର ନିଗମ କମିଶନରଙ୍କ ପାଖରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ ।

କମିଶନରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଫୁଡ୍ ଇନ୍ସପେକ୍ଟର ମାଛ ବିକାଳିଙ୍କ ପାଖରେ ପହଞ୍ଚି ପଚରାଉଚରା କରିଥିଲେ। ଏହାସହ ବିକାଳିଙ୍କ ପାଖରୁ ମାଛର ନମୁନା ଓ ଶଙ୍କର ନେଇଥିବା ମାଛ ନମୁନା  ସଂଗ୍ରହ ପରେ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଫୁଡ୍ ଇନ୍ସପେକ୍ଟର । ତେବେ ମାଛ ବିକାଳି ପୋକ ବାହାରିବା କଥାକୁ ଅସ୍ୱୀକାର କରିଛନ୍ତି।



from Odisha Reporter https://ift.tt/2VuPPrG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages