ଶ୍ରୀଜିଉଙ୍କୁ ଦର୍ଶନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 28, 2020

ଶ୍ରୀଜିଉଙ୍କୁ ଦର୍ଶନ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ପୁରୀ (ଓଡ଼ିଶା ରିପୋର୍ଟର): ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଶାହଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଶ୍ରୀମନ୍ଦିରକୁ ନି‌ଆଯାଇଥିଲା।

ଶାହଙ୍କ ଗସ୍ତ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସିଂହଦ୍ୱାର ସମ୍ମୁଖରେ ରେଡ୍ କାର୍ପେଟ ବିଛାଯିବା ସହ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଥିଲା। ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ମୁଖପାତ୍ର ସମ୍ବିତ ପାତ୍ର ଏବଂ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ଏ ସମ୍ପର୍କରେ ଅମିତ ଶାହଙ୍କ କୌଳିକ ପଣ୍ଡା ରଘୁନାଥ ଗୋସିକାର କହିଛନ୍ତି, ପୂର୍ବରୁ ଅମିତ ଶାହ ବହୁଥର ପୁରୀ ଆସିଥିବା ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଆସିଛନ୍ତି।  ଶାହ ପ୍ରଥମେ ୨୨ ପାହାଚ ଦେଇ ଗର୍ଭ ଗୃହକୁ ଯାଇଥିଲେ ଓ ଭିତର କାଠ ପାଖରେ ଦର୍ଶନ କରି  ପ୍ରଣାମି ଦେଇଥିଲେ। ଏହାପରେ ଦୀପଦାନ କରିଥିଲେ।”

ସେ ଆହୁରି କହିଛନ୍ତି,“‘ ମୁକ୍ତି ମଣ୍ଡପ ପାଖରେ ପହଞ୍ଚି ଶାହ ବ୍ରାହ୍ମଣଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ ଓ ପ୍ରଣାମି ମଧ୍ୟ ଦେଇଥିଲେ। ଏହାପରେ ସେ  ବିମଳା ମନ୍ଦିର ଦେଇ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇଥିଲେ।ପରେ ପତିତପାବନ ଦର୍ଶନ କରିଥିଲେ। ଫେରିବା ବେଳେ ବେହରଣ ଦୁଆର ପାଖରେ ନୀଳଚକ୍ର ଦର୍ଶନ କରିଥିଲେ।”

ଫେରିବା ବେଳେ ନିଜ କୌଳିକ ପଣ୍ଡାଙ୍କ ସହ ଦୁଃଖସୁଖ ହୋଇ ଘରେ ସମସ୍ତେ କେମିତି ଅଛନ୍ତି ବୋଲି  ପଚାରିଥିଲେ ଶାହ। କେବଳ ଏତିକି ନୁହେଁ, ଦିଲ୍ଲୀ ଯାଇ ସାକ୍ଷାତ କରିବାକୁ ମଧ୍ୟ କହିଯାଇଥିବା କହିଛନ୍ତି ରଘୁନାଥ ଗୋସିକାର।

ପୁରୀରୁ ଫେରି ଅମିତ ଶାହ ଭୁବନେଶ୍ୱର ଆସି ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲିଙ୍ଗରାଜ ପୂଜାର୍ଚ୍ଚନା କରିବା ପରେ ଶାହ ଦିଲ୍ଲୀ ଫେରିଯିବେ।



from Odisha Reporter https://ift.tt/2T6rO8C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages