ଶରୀରକୁ ଫିଟ୍‌ ରଖିବାକୁ ପିଅନ୍ତୁ ଏହି ଚାହା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

ଶରୀରକୁ ଫିଟ୍‌ ରଖିବାକୁ ପିଅନ୍ତୁ ଏହି ଚାହା

ଭୁବନେଶ୍ୱର: ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଚିନ୍ତା ହେଉଛି ଓଜନ ସମସ୍ୟା। ପ୍ରାୟ ସମସ୍ତେ ସ୍ଲିମ୍ ଓ ଫିଟ୍ ରହିବାକୁ ଚାହୁଁଥିଲେ ହେଁ ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ିବା ଅନେକଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ। ତେବେ ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। କିଛି କିଛି ଛୋଟ ଛୋଟ କଥା ଅଛି, ଯାହାକୁ ଉପଯୋଗ କଲେ ଆପଣ ବି ଫିଟ୍ ରହିପାରିବେ। ଏଥିପାଇଁ ଆପଣଙ୍କୁ ଅତିରିକ୍ତ ସମୟ ବି ଦେବାକୁ ପଡ଼ିବ ନାହିଁ। ସେଥିରୁ ଗୋଟିଏ ହେଉଛି ଲେମନ୍‌ଗ୍ରାସ୍‌ ଟି’ର ସେବନ। ଗ୍ରୀନ୍‌ ଟି ପରି ବଜାରରେ ଏହି ଟି ଉପଲବ୍ଧ ହେଉଛି। ଏହାର ଗନ୍ଧ ଲେମ୍ୱୁ ପରି ଓ ସ୍ୱାଦ କମଳା ପରି । ଏହା ଆପଣଙ୍କ ଫିଟ୍ ରଖିପାରିବ। ତା’ହେଲେ ଆସନ୍ତୁ ଜାଣିବା ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ସଂପର୍କରେ।

୧. ଲେମନଗ୍ରାସ୍‌ ଟି ପିଇଲେ ଡାଇବେଟିସ୍‌ , ହୃଦରୋଗ ଓ ବ୍ଲଡପ୍ରେସର ଭଳି ମାରାତ୍ମକ ରୋଗ ନିୟନ୍ତ୍ରଣରେ ରହିଥାଏ।

୨. ଲେମନଗ୍ରାସ୍‌ ଟି’କୁ ବ୍ୟବହାର କରିବା ଦ୍ୱାରା ଓଜନ କମିବା ସହ ଥକାପଣ ଓ ମୁଣ୍ଡବିନ୍ଧା ଦୂର ହୋଇଥାଏ ଏବଂ ନିଦ ଠିକ୍‌ ହୋଇଥାଏ। ଏହା ଶରୀରରେ ପେନ୍‌ କିଲର୍‌ ପରି କାମ କରିଥାଏ।

୩. ଏଥିରେ ପ୍ରଚୁର ପରିମାଣର ଆଣ୍ଟି-ଆକ୍ସିଡାଣ୍ଟ ଓ ଆଣ୍ଟି-ମାଇକ୍ରୋବାୟଲ୍‌ ଗୁଣ ରହିଛି, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

୪. ନିୟମିତ ଭାବରେ ଲେମନ୍‌ଗ୍ରାସ୍‌ ଟି’ ପିଇଲେ ଷ୍ଟ୍ରେସ୍‌ କମ୍‌ ହେବା ସହିତ ମୁଡ୍‌ ଠିକ୍‌ ରହିଥାଏ।

୫. ଲେମନଗ୍ରାସ ଟି କମ୍‌ କ୍ୟାଲୋରୀଯୁକ୍ତ ହୋଇଥିବାରୁ ଏହାକୁ ସେବନ କରିବା ଦ୍ୱାରା ଶରୀରର ଓଜନ କମ୍‌ ହେବା ସହ ଖାଦ୍ୟ ଶୀଘ୍ର ହଜମ ହୋଇଥାଏ।

୬. ଖାଇବା ପୂର୍ବରୁ ଏହି ଟିକୁ ପିଅନ୍ତୁ। ଏଥିରେ ଥିବା ପଲିଫେନୋଲ୍‌ ତତ୍ତ୍ୱ ଶରୀରରେ ଉର୍ଜା ପରି କାମ କରିଥାଏ।

୭ ଯଦି ଆପଣ ଏହାକୁ ନିୟମିତ ରୂପରେ ପିଉଛନ୍ତି, ତେବେ ଏହା ଶରୀରରୁ ଅତିରିକ୍ତ ଜଳ ବାହାର କରିବାରେ ସାହାଯ୍ୟ କରିଥାଏ।



from Odisha Reporter https://ift.tt/2ShyRLo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages