ରାତିରେ କଦଳୀ ଖାଇବା ଭଲ ନା ଖରାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 11, 2020

ରାତିରେ କଦଳୀ ଖାଇବା ଭଲ ନା ଖରାପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଦଳୀ କଞ୍ଚା ହେଉ କିମ୍ୱା ପାଚିଲା ଉଭୟ ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ ପୋଟାସିୟମ୍‌, ଭିଟାମିନ୍‌ ବି୬, ମ୍ୟାଗ୍ନେସିୟମ୍‌, କପର୍‌, ଫାଇବର୍‌ ପରି ତତ୍ତ୍ୱ ରହିଛି। କଦଳୀରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଥିଲେ ମଧ୍ୟ ରାତିରେ କଦଳୀ ଖାଇବା ଉଚିତ କିମ୍ୱା ନୁହେଁ, ଏହାକୁ ନେଇ ଆମେ ଦ୍ୱନ୍ଦ୍ୱରେ ପଡ଼ିଥାଉ।

ଆୟୁର୍ବେଦ ଅନୁସାରେ ରାତିରେ କଦଳୀ ଖାଇଲେ କୌଣସି ପ୍ରକାର ଅସୁବିଧା ହୋଇ ନଥାଏ। କିନ୍ତୁ ଯେଉଁମାନଙ୍କୁ ଥଣ୍ଡାଜ୍ୱର, ଶ୍ୱାସ, ଆସ୍ଥମା ଓ ସାଇନସ୍ ପରି ସମସ୍ୟା ରହିଛି, ସେମାନେ ରାତିରେ କଦଳୀ ଖାଆନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ରୋଗ ଗମ୍ଭୀର ସମସ୍ୟାରେ ପରିଣତ ହୋଇଥାଏ। ଏହା ବ୍ୟତୀତ କଦଳୀ ହଜମ ହେବା ପାଇଁ ସମୟ ନେଉଥିବାରୁ ରାତିରେ କଦଳୀ ଖାଇଲେ ପେଟରେ ଚର୍ବି ବୃଦ୍ଧି ହୋଇଥାଏ। ତେବେ ଏହା ସତ୍ତ୍ୱେ ରାତିରେ କଦଳୀ ଖାଇଲେ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା।

୧. ଯଦି ରାତିରେ ତେଲମସଲା ଜାତୀୟ ଖାଦ୍ୟ ଖାଉଛନ୍ତି, ତେବେ ପେଟ ଜଳାପୋଡ଼ା ଓ ଏସିଡିଟି ହେବାର ଆଶଙ୍କା ରହିଥାଏ। ଏପରି ପରିସ୍ଥିତିରେ ରାତିରେ ଗୋଟିଏ କଦଳୀ ଖାଇ ଶୁଅନ୍ତୁ।

୨. ଦିନରେ ଅଧିକ ପରିଶ୍ରମ କଲେ, ରାତିରେ ଶରୀରରେ ଯନ୍ତ୍ରଣା ହୋଇଥାଏ। ତେଣୁ ନିଦ ହୋଇ ନଥାଏ। ଏହି ସମୟରେ ଗୋଟିଏ କିମ୍ୱା ଦୁଇଟି କଦଳୀ ଖାଆନ୍ତୁ। ଏଥିରେ ଥିବା ପୋଟାସିୟମ୍‌ ମାଂସପେଶୀକୁ ଆରାମ ଦେଇଥାଏ। ତେଣୁ ନିଦ ଲାଗିଥାଏ। ଗୋଟିଏ ବଡ଼ କଦଳୀରେ ୪୮୭ ମିଲିଗ୍ରାମ୍‌ ପୋଟାସିୟମ୍‌ ରହିଥାଏ।

୩. କିଛି ଲୋକ ଖାଇବା ପରେ ମିଠା ଖାଇବା ପାଇଁ ପସନ୍ଦ କରିଥା’ନ୍ତି। ଏହି ସମୟରେ କଦଳୀ ଖାଆନ୍ତୁ। କ୍ୟାଲୋରୀଯୁକ୍ତ ମିଠା ଖାଇବା ଅପେକ୍ଷା କଦଳୀ ଖାଇବା ଭଲ।

୪.ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି ରାତିରେ ଖାଦ୍ୟରେ ପୋଟାସିୟମର ମାତ୍ରା ବଢ଼ାନ୍ତୁ ଏବଂ ସୋଡିୟନ୍‌ କମ୍‌ କରନ୍ତୁ। କଦଳୀରେ ପ୍ରଚୁର ମାତ୍ରାରେ ପୋଟାସିୟମ୍‌ ରହିଛି। ତେଣୁ କଦଳୀ ଖା’ନ୍ତୁ। ଏହା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଆରେ ଉଚ୍ଚ ରକ୍ତଚାପରେ ପୀଡ଼ିତ ବ୍ୟକ୍ତି ରାତିରେ ଗୋଟିଏ କଦଳୀ ଖାଇ ଶୋଇବା ଉଚିତ୍।



from Odisha Reporter https://ift.tt/2UIZ0Ez

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages