ବନ୍ଦ ହେଲା ସ୍ୱାଭିମାନ ଅଞ୍ଚଳରେ ସାପ୍ତାହିକ ହାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

ବନ୍ଦ ହେଲା ସ୍ୱାଭିମାନ ଅଞ୍ଚଳରେ ସାପ୍ତାହିକ ହାଟ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଓବାଦୀ ଓ ଆଦିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ଦିନଠାରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି କୌଣସି ଅଘଟଣ ଆଶଙ୍କାରେ ସ୍ୱାଭିମାନ ଅଞ୍ଚଳରେ ବସୁଥିବା ଦାରଲାବେଡ଼ା ଓ ଝାମୁଗୁଡ଼ ସାପ୍ତାହିକ ହାଟକୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି।

ଏଥିଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଦୈନନ୍ଦିନ ବ୍ୟବହାର କରୁଥିବା ସାମଗ୍ରୀ ପାଇ ନ ପାରି ବହୁ ହଇରାଣ ହେଉଛନ୍ତି । ଏହି ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ସହ ତୁରନ୍ତ ହାଟ ଚାଲୁ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନକୁ ନିବେଦନ କରିଛନ୍ତି ।

ଜାନୁଆରି ୨୫ ତାରିଖରେ ମାଓବାଦୀ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗାଁ ଲୋକଙ୍କ ଆକ୍ରମଣରେ ଜଣେ ମାଓବାଦୀ ପ୍ରାଣ ହରାଇଥିଲା । ଏହାକୁ ନେଇ ମାଓବାଦୀ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରେ ଏହି ଘଟଣାକୁ ନେଇ ସ୍ୱାଭିମାନ ଅଞ୍ଚଳର ୨ ଗୋଷ୍ଠୀ ୨ଟି ଜାଗାରେ ମେଳି କରିଥିଲେ । ସେବେଠାରୁ ସ୍ୱାଭିମାନ ଅ଼ଞ୍ଚଳରେ ଅଶାନ୍ତି ଲାଗି ରହିଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରଶାସନ ଓ ପୁଲିସ୍‌ ଉଦ୍ୟମ ଜାରି ରଖିଥିବା ଅତିରିକ୍ତ ବିଡିଓ କହିଛନ୍ତି ।



from Odisha Reporter https://ift.tt/380lvZo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages