ବେଆଇନ କପ୍ ସିରଫ ଜବତ; ଦୋକାନ ମାଲିକ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

ବେଆଇନ କପ୍ ସିରଫ ଜବତ; ଦୋକାନ ମାଲିକ ଅଟକ

ଜୟପୁର (ଟି.ଗୌରୀ ଶଙ୍କର): କୋରେକ୍ସ ନାମକ ବେଆଇନ କପ୍ ସିରପ ଗଚ୍ଛିତ ରଖିଥିବା ଅଭିଯୋଗରେ ଜୟପୁର ସହରର ଲିଙ୍ଗରାଜ ନଗରରେ ଥିବା ଗଣନାଥ ହୋମିଓ ଦୋକାନ ମାଲିକଙ୍କ ଘରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣର କପ୍ ସିରପ ମିଳିଥିବା ସୂଚନା ମିଳିଛି।
ଆଜି ସକାଳେ ସଦର ଥାନା ଅଧିକାରୀଙ୍କ ସମେତ ଟାଉନ ପୁଲିସ୍‌ ସହାୟତାରେ ଜୟପୁର ଡ୍ରଗ୍ସ ଇନ୍ସପେକ୍ଟର ତାଙ୍କ ଘର ଓ ଦୋକାନରେ ଚଢଉ କରିଥିଲେ। ପୁଲିସ୍ ଦୋକାନ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନାଅନୁଯାୟୀ, ଗତକାଲି ଜିଲ୍ଲାର ସୁନାବେଡା ଅଞ୍ଚଳରୁ ବିପୁଳ ପରିମାଣର କପ୍ ସିରପ ଜବତ ହୋଇଥିଲା। ଏହି କପ୍  ସିରପ ଜୟପୁରର ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଥିବା ସୂଚନା ମିଳିଥିଲା। ଗଣନାଥ ହୋମିଓ ଦୋକାନ ମାଲିକଙ୍କ ଘରେ ବେଆଇନ କପ୍ ସିରଫ ଥିବା ଡ୍ରଗ୍ସ ଇନ୍ସପେକ୍ଟର କୌଣସି ସୂତ୍ରରୁ ଖବର ପାଇ ଆଜି ସକାଳେ ଚଢ଼ଉ କରିଥିଲେ।



from Odisha Reporter https://ift.tt/2ttsQ4A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages