- ଶାହୀନବାଗରେ କଡ଼ା ସୁରକ୍ଷା ବ୍ୟବସ୍ଥା
- ଏକାଠି ନହେବାକୁ ଦିଲ୍ଲୀ ପୁଲିସର ଫତଓ୍ୱା ଜାରି
- ସିଏଏ ବିରୋଧୀ ଆନ୍ଦୋଳନ ବିରୋଧରେ ହିନ୍ଦୁ ସେନାର ଚେତାବନୀ
- ରବିବାର ସକାଳୁ ଶାହୀନବାଗରେ ଧାରା ୧୪୪ ଲାଗୁ
- ଡିସେମ୍ବର ୧୫ରୁ ସିଏଏ ବିରୋଧରେ ପ୍ରଦର୍ଶନ ଚାଲିଛି
ନୂଆଦିଲ୍ଲୀ: ଦୀର୍ଘ ଦୁଇମାସରୁ ଅଧିକ ଦିନ ହେବ ରାଜଧାନୀ ଦିଲ୍ଲୀର ଶାହୀନବାଗରେ ନାଗରିକତ୍ୱ ସଂଶୋଧନ ଆଇ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଚାଲିଛି। ଏହାରି ଭିତରେ ରବିବାର ହିନ୍ଦୁ ସେନା ଟୁଇଟ୍ କରିଛି। ଯାହାକି ଦିଲ୍ଲୀ ପୁଲିସକୁ ଚିନ୍ତାରେ ପକାଇଛି। ଦୀର୍ଘ ଦିନଧରି ଚାଲିଥିବା ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ହିନ୍ଦୁ ସେନା ଟୁଇଟ୍ କରି ଘୋଷଣା କରିଛି। ଏହି ଘୋଷଣା ପରେ ସ୍ଥିତି ଅଣାୟତ ହେବ ଆଶଙ୍କା କରି ଦିଲ୍ଲୀ ପୁଲିସ ସଂପୃକ୍ତ ଅଞ୍ଚଳରେ ଧାରା ୧୪୪ ଲାଗୁ କରିଛି। ଏକାଠି ନହେବାକୁ ଏକ ପୋଷ୍ଟର ଜରିଆରେ ଦିଲ୍ଲୀ ପୁଲିସ କହିଛି। ଯଦି କେହି ୧୪୪ ଧାରାକୁ ଉଲ୍ଲଂଘନ କରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦକ୍ଷିଣ ପୂର୍ବ ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି।
Delhi: Heavy police deployment in Shaheen Bagh as a precautionary measure, even after Hindu Sena yesterday called off protest site clearance call pic.twitter.com/5LVwLcaaoO
— ANI (@ANI) March 1, 2020
ହିନ୍ଦୁ ସେନାର ବିଷ୍ଣୁ ଗୁପ୍ତା ଟୁଇଟ୍ କରି କହିଛନ୍ତି, ‘ଶାହୀନବାଗରେ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାରେ ଦିଲ୍ଲୀ ପୁଲିସ ବିଫଳ ହୋଇଛି। ଭାରତର ସମ୍ବିଧାନର ଧାରା ୧୪, ୧୯, ୨୧ ଅନୁଯାୟୀ ଆନ୍ଦୋଳନ ପାଇଁ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେଉଛି। ତେଣୁ ୧ ମାର୍ଚ୍ଚ ୨୦୨୦ ସକାଳ ୧୦ଟାରେ ଧାରଣାସ୍ଥଳକୁ ଆସିବା ସିଏଏ ସମର୍ଥକୁ ନିମନ୍ତ୍ରଣ କରାଯାଉଛି’।
ତେବେ ପୁଲିସ ଧାରଣାସ୍ଥଳରେ ୧୪୪ ଲାଗୁ କରି ହିନ୍ଦୁ ସେନାର ଆହ୍ୱାନକୁ ଏକ ପ୍ରକାର ବିଫଳ କରିଛି। ହେଲେ ଅନ୍ୟ କୌଣସି ସ୍ଥାନରେ ହିନ୍ଦୁ ସେନା ଆନ୍ଦୋଳନ କରିପାରେ ତେଣୁ ଏହାକୁ ନଜରରେ ରଖି ଦକ୍ଷିଣ ପୂର୍ବ ସମେତ ଆଖପାଖ ସ୍ଥାନରେ ବ୍ୟାରିକେଡ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ସୂଚନାଯୋଗ୍ୟ, ସିଏଏ ପ୍ରତ୍ୟାହାର ଦାବିରେ ଡିସେମ୍ବର ୧୫ ଠାରୁ ଶାହୀନବାଗରେ ରାସ୍ତା ବନ୍ଦ ରହିଛି।
from Odisha Reporter https://ift.tt/2TvKXQB
No comments:
Post a Comment