ଅଢ଼େଇ ହଜାର ଲୋକଙ୍କ ପାଇଁ ଗୋଟିଏ ନଳକୂପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 24, 2020

ଅଢ଼େଇ ହଜାର ଲୋକଙ୍କ ପାଇଁ ଗୋଟିଏ ନଳକୂପ

ନୀଳଗିରି (ବିଶ୍ୱମ୍ଭର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରର ମହିଁଷାପଟ୍ଟା ପଞ୍ଚାୟତର ଶାଳବଣି ଗାଁରେ ପ୍ରାୟ ଅଢ଼େଇ ହଜାର ଲୋକ ବସବାସ କରନ୍ତି। ଏହି ଗାଁରେ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ପାଣି ଗରାଏ ପାଇଁ ଲୋକଙ୍କୁ ରାତି ତିନିଟାରୁ ଲାଇନ ଲଗାଇବାକୁ ପଡ଼ିଥାଏ। ଆଗକୁ ଖରା ଦିନଥିବାରୁ ପାଣି ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

ଏହି ଗାଁରେ ତିନୋଟି ନଳକୂପ ରହିଛି। ସେଥିମଧ୍ୟରୁ ଦୁଇଟି ନଳକୂପରୁ ନାଲି ପାଣି ବାହାରୁଥିବା ବେଳେ ଗୋଟିଏ ନଳ କୂପରୁ ଭଲ ପାଣି ବାହାରୁଛି। ଏହି ଗୋଟିଏ ନଳକୂପ ଉପରେ ଶାଳବଣି ଗାଁର ଅଢ଼େଇ ହଜାର ଲୋକ ନିର୍ଭର କରୁଛନ୍ତି। ପାଣି ଗରାଏ ପାଇଁ ଗ୍ରାମବାସୀଙ୍କୁ ରାତି ତିନିଟାରୁ ଲାଇନ ଲଗାଇବାକୁ ପଡ଼ିଥାଏ। ପାଣି ପାଇଁ ମଧ୍ୟ ଲୋକଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। କେତେକ ଲୋକ ନିଜ ଗରା, ବାଲତି ଓ ହାଣ୍ଡି ହଜି ଯିବା ଭୟରେ ସେଥିରେ ନାଁ ଲେଖି ଆଣିଥାନ୍ତି।


ପାଣି ସମସ୍ୟା ଦୂର କରିବା ପାଇଁ ୨୦୦୬-୦୭ ମସିହାରେ ଶାଳବଣି ଗାଁରେ ବସୁଧା ଯୋଜନାରେ ପାଣି ପାଇପ ବସାଯାଇଥିଲା। ଏଥିରେ ଶାଳବଣି ସମେତ ରଜାସାହି ଓ କୁଆନାଳୀ ଗାଁକୁ ସଂଯୋଗ କରାଯାଇଥିଲା। ଏପ୍ରକଳ୍ପର ଯାହା ବିଦ୍ୟୁତ୍ ବିଲ୍‌ ଆସେ ତିନି ଭାଗ ବିଲ୍‌ ପଞ୍ଚାୟତ ପୈଠ କରୁଥିବାବେଳେ ଏକ ଭାଗ ଗ୍ରାମବାସୀ ଦେଇଥାନ୍ତି। ତେବେ ଗ୍ରାମବାସୀ ବିଦ୍ୟୁତ୍ ବିଲ୍‌ ସରପଞ୍ଚଙ୍କ ନିକଟରେ ପୈଠ କରିଥିବା ବେଳେ ସରପଞ୍ଚ ବିଦ୍ୟୁତ୍ ବିଲ୍‌ ପୈଠ କରି ନଥିବାରୁ ୧୫ ଦିନ ହେବ ଲାଇନ୍‌ କଟି ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାଣି ପାଇଁ ଲୋକଙ୍କୁ ହଇରାଣ ହେବା ପଡୁଛି, ବାଧ୍ୟ ହୋଇ ନାଲି ପାଣି ବାହାରୁଥିବା ନଳକୂପରୁ ପାଣି ଆଣି ପିଉଛନ୍ତି।

ଗ୍ରାମବାସୀ ଅମ୍ବିକା ସିଂ କହିଛନ୍ତି, “ରାତି ତିନିଟାରୁ ପାଣି ପାଇଁ ଲାଇନ ଲଗାଇବାକୁ ପଡ଼ୁଛି। ପାଣି ପାଇପ ବସିଥିଲା, ସେ ଏବେ ବନ୍ଦ ହୋଇ ପଡ଼ିଛି। ପାଣି ପାଇଁ ଭାରି ହଇରାଣ ହେବାକୁ ପଡୁଛି। ଆମେ କେମିତି ପାଣି ପାଇପାରିବୁ, ସରକାର ଶୀଘ୍ର ଏହି ସମସ୍ୟାର ସମାଧାନ କରନ୍ତୁ।”

ନୀଳଗିରି ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା କହିଛନ୍ତି, “ଶାଳବଣି ଗାଁରେ ଥିବା ପାଣି ସମସ୍ୟା ଶୀଘ୍ର ସମାଧାନ କରାଯିବ। ଖରାଦିନ ପୂର୍ବରୁ ଏହାର ସମାଧାନ କରାଯିବ। ଲୋକମାନେ ସୁବିଧାରେ ପାଣି ପାଇ ପାରିବେ।”



from Odisha Reporter https://ift.tt/2wNru6h

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages