ବିନିକାରେ ନାହିଁ ସ୍ୱେରେଜ ବ୍ୟବସ୍ଥା; ମହାନଦୀରେ ମିଶୁଛି ନର୍ଦ୍ଦମା ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 24, 2020

ବିନିକାରେ ନାହିଁ ସ୍ୱେରେଜ ବ୍ୟବସ୍ଥା; ମହାନଦୀରେ ମିଶୁଛି ନର୍ଦ୍ଦମା ପାଣି

ବିନିକା (ଦୀଲିପ କୁମାର ସାହୁ): ଚିରସ୍ରୋତା ମହାନଦୀ କୂଳରେ ଗଢ଼ି ଉଠିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସହର। ଦୈନନ୍ଦିନ ଲୋକମାନେ ଏଠାରେ ସ୍ନାନ ଓ ଶୌଚ କରିଥାନ୍ତି। ହେଲେ ଏହି ନଦୀରେ ଜଳ ଦିନକୁ ଦିନ ପ୍ରଦୂଷିତ ହେବାର ଲାଗିଛି। ସହରର କଂସାରୀପଡ଼ା, ବିନିକାପଡ଼ା, ଦଣ୍ଡସନାପଡା, ବେରିହାପଡ଼ା, ଜୁହ୍ନାପଡ଼ା, ଗଡ଼ଭିତର, ପାଲିପଡ଼ା ଆଦି ୨୦ଟି ସାହିରୁ ନିର୍ଗତ ହେଉଥିବା ନର୍ଦ୍ଦମା ପାଣି ସିଧାସଳଖ ମହାନଦୀରେ ମିଶୁଛି। ଯାହାଫଳରେ ନଦୀ ଜଳ ପ୍ରଦୂଷିତ ହେଉଛି। ଏହାସହ ଲୋକମାନେ ବ୍ୟବହାର କରୁଥିବା ପଲିଥିନ, ପ୍ଲାଷ୍ଟିକ ଓ ବିଭିନ୍ନ ଅଳିଆ ଆବର୍ଜନା ନଦୀର ବିଭିନ୍ନ ଘାଟରେ ଜମା କରୁଛନ୍ତି। ବର୍ଷା ହେଲେ ଏଗୁଡ଼ିକ ସିଧାସଳଖ ନଦୀରେ ମିଶୁଛି। ଲୋକମାନେ ଏହି ପାଣି ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗରେ ପଡ଼ୁଛନ୍ତି।

ଏ ସଂପର୍କରେ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରମୋଦ ପଣ୍ଡା କହିଛନ୍ତି, “ଏହି ପାଣିକୁ ପ୍ୟୁରିଫାଏ କରି ଅଞ୍ଚଳବାସୀଙ୍କୁ ସପ୍ଲାଏ ପାଣି ଭାବେ ଯୋଗାଇ ଦିଆଯାଉଛି। ଏହି ପାଣି ପିଇବା ଦ୍ୱାରା ଝାଡ଼ା, ବାନ୍ତି ଓ ଜଣ୍ଡିସ ହେଉଛି। ଏହି ପାଣିରେ ସ୍ନାନ ଓ ଶୌଚ କଲେ କାଛୁ କୁଣ୍ଡିଆ ଓ ବିଭିନ୍ନ ଚର୍ମ ରୋଗ ହେଉଛି।”

ସେ ଆହୁରି କହିଛନ୍ତି, “ବିନିକା ସହରରେ ସ୍ୱେରେଜ ବ୍ୟବସ୍ଥା ନଥିବାରୁ ନାଳ ଓ ନର୍ଦ୍ଦମା ପାଣି ମହାନଦୀରେ ମିଶୁଛି। ଜିଲ୍ଲା ପ୍ରଶାସନ ଯଦି ବିନିକାରେ ସ୍ୱେରେଜ ବ୍ୟବସ୍ଥା କରନ୍ତେ, ତାହାହେଲେ ବିନିକାବାସୀ ଉପକୃତ ହୁଅନ୍ତେ।”

ସହରରେ ସ୍ୱେରେଜ ବ୍ୟବସ୍ଥା ନଥିବାରୁ ଡ୍ରେନ ଓ ନାଳ ପାଣି ମହାନଦୀରେ ମିଶୁଛି । ପ୍ରଶାସନ ସବୁ ଦେଖି ନ ଦେଖିଲା ଭଳି ଚୁପ ବସିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ମହାନଦୀରେ ଜଳ ପ୍ରଦୂଷଣ ପାଇଁ ସହରବାସୀ ପୌର ପରିଷଦ କର୍ତ୍ତୃକ୍ଷଙ୍କୁ ଦାୟୀ କରିଛନ୍ତି।

ସହରବାସୀ କୁନିଲତା ବିଶ୍ୱାଳ କହିଛନ୍ତି, “ବିନିକା ଅଞ୍ଚଳର ଲୋକେ ମହାନଦୀ ଉପରେ ନିର୍ଭର କରି ଚଳୁଛନ୍ତି। ଏହି ନଦୀ ପାଣିରେ ଡ୍ରେନେଜ ପାଣି ମିଶୁଛି। ସ୍ୱେରେଜ ବ୍ୟବସ୍ଥା ପାଇଁ ଆମେ ଦାବି କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି।”

ବିନିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖୀରାମ ନାଏକ କହିଛନ୍ତି, “ବିନିକା ଏନ୍‌ଏସିରେ ସ୍ୱେରେଜ ସିଷ୍ଟମ ନାହିଁ। ଛୋଟ ଡ୍ରେନ ସବୁ ରହିଛି। ଆମେ ସ୍ୱେରେଜ ସିଷ୍ଟମ କରିବାକୁ ଚେଷ୍ଟା କରିବୁ। ସହରର ନାଳନର୍ଦ୍ଦମା ପାଣି ମହାନଦୀରେ ନ ପଡ଼ି ସହର ବାହାରେ ପକାଇବାକୁ ଚେଷ୍ଟା ଚଳାଇଛୁ।”

ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ହେଲେ ସରକାରଙ୍କ ଏହି ଉଦ୍ୟମ କେତେ ମାତ୍ରାରେ ସଫଳ ହୋଇଛି, ତାହା ବାରି ହୋଇ ପଡ଼ୁଛି।



from Odisha Reporter https://ift.tt/32oVjFH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages