ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ପଦ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତାଙ୍କ ସହିତ ଭୁବନେଶ୍ୱରରେ ଥିବା ଦଳୀୟ କାର୍ଯ୍ୟାଳୟକୁ ଆସି ସେ ନାମାଙ୍କନ ଦାଖଲ କରିଥିଲେ।

ଯେହେତୁ ଏହି ପଦ ପାଇଁ ଆଉ କେହି ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ, ତେଣୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ପୁଣି ଥରେ ବିଜେଡି ସଭାପତି ଭାବେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ। ଆସନ୍ତା ୨୬ ତାରିଖରେ ସେ ବିଧିବଦ୍ଧ ଭାବେ ଅଷ୍ଟମ ଥର ପାଇଁ ଦଳର ମୁଖିଆ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଆଜି ଦଳର କାର୍ଯ୍ୟକାରିଣୀ ସଦସ୍ୟ ପାଇଁ ୮୦ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଏହା ପୂର୍ବରୁ ୨୧ ତାରିଖରେ ଦଳର ସାଂଗଠନିକ ଜିଲ୍ଲା ସଭପତିଙ୍କ ନାଁ ଘୋଷଣା କରାଯାଇଥିଲା।



from Odisha Reporter https://ift.tt/2PhYwBC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages