ଜାପାନ ଜାହାଜରେ ଫସିଛନ୍ତି ଓଡ଼ିଆ ଇଂଜିନିୟର, ଉଦ୍ଧାର ପାଇଁ ବାପାଙ୍କ ଆକୁଳ ନିବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 18, 2020

ଜାପାନ ଜାହାଜରେ ଫସିଛନ୍ତି ଓଡ଼ିଆ ଇଂଜିନିୟର, ଉଦ୍ଧାର ପାଇଁ ବାପାଙ୍କ ଆକୁଳ ନିବେଦନ

ବ୍ରହ୍ମପୁର (ଅଶୋକ ବ୍ରହ୍ମା):ଜାପାନର ୟୋକୋହମା ବନ୍ଦରରେ ଅଟକି ଥିବା ଜାହାଜରେ ଜଣେ ଓଡ଼ିଆ ଇଂଜିନିୟର ଫସି ରହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ବାପା ରାଜ୍ୟ ସରକାର ଓ ଭାରତ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ତାଙ୍କ ନାଁ ଶିବାଶିଷ ନାୟକ। ତାଙ୍କ ଘର ବ୍ରହ୍ମପୁରରେ ।

କରୋନା ଆକ୍ରାନ୍ତ ସନ୍ଦେହରେ ପ୍ରାୟ ୩ହଜାର ୭ଶହ ଯାତ୍ରୀ ଓ ଜାହାଜ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ଜାହାଜରେ ୧୭୪ଜଣ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ତିନି ଜଣ ଭାରତୀୟ ଥିବା ସୂଚନା ମିଳିଛି।

ଏହି ଜାହାଜରେ ଶିବାଶିଷ ଫସି ରହିଛନ୍ତି। ସେମାନଙ୍କୁ ଜାହାଜ ବାହାରକୁ ଛଡ଼ା ଯାଉ ନଥିବା ସେ ଅଭିଯୋଗ କରିଛନ୍ତି। ତେବେ ଜାପାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ କେବେ ଉଦ୍ଧାର ହେବେ ସେ ନେଇ ଶିବାଶିଷ ଚିନ୍ତିତ ଅଛନ୍ତି। ଜାହାଜର କ୍ରିଉ କ୍ୟାବିନ ଭିତରେ ଅନ୍ୟ ୬ଜଣଙ୍କ ସହ ସେ ଫସି ରହିଥିବା ସୂଚନା ଦେଇଛନ୍ତି।

ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ କହିଛନ୍ତି,“ କଂପାନୀ କାମରେ ପୁଅ ଯାଇଥିଲା। ୧୪ ଦିନ ହେଲା ଜାହାଜରେ ଫସି ରହିଛି। ତାର ରିପୋର୍ଟ ନେଗେଟିଭ ଆସିଛି। ହେଲେ ତାଙ୍କୁ କାହିଁକି ଛାଡୁନାହାନ୍ତି ଜଣାପଡୁନି। ତୁରନ୍ତ ମୋ’ ପୁଅକୁ ଓଡ଼ିଶା ଫେରାଇ ଅଣାଯାଉ।”



from Odisha Reporter https://ift.tt/2V4wvBu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages