ଏମ୍ପାୱାରିଂ ଇଣ୍ଡିଆ ୨୦୨୦ରେ ଓଡ଼ିଶା ମଡେଲ ଶିକ୍ଷାର ଉଦାହରଣ ଦେଲେ ଡକ୍ଟର ସାହୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ଏମ୍ପାୱାରିଂ ଇଣ୍ଡିଆ ୨୦୨୦ରେ ଓଡ଼ିଶା ମଡେଲ ଶିକ୍ଷାର ଉଦାହରଣ ଦେଲେ ଡକ୍ଟର ସାହୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ‘ସମଗ୍ର ଶିକ୍ଷା-ଏମ୍ପାଓ୍ୱାରିଂ ଇଣ୍ଡିଆ ୨୦୨୦’। ଏହି ଅବସରରେ ଦେଶର ଶିକ୍ଷା ପ୍ରଣାଳୀ କିଭଳି ହେବା ଦରକାର। ନୂଆ ଶିକ୍ଷା ପ୍ରଣାଳୀ ପାଇଁ ଉପଯୁକ୍ତ ଶିକ୍ଷା ଅନୁଷ୍ଠାନ ରହିଛି କି? ପ୍ରସଙ୍ଗରେ ମତ ରଖିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ପରାମର୍ଶଦାତା ଡକ୍ଟର ବିଜୟ କୁମାର ସାହୁ। ଫେବୃଆରୀ ୧୯ରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି କନକ୍ଲେଭରେ ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ ଡକ୍ଟର ସାହୁ କହିଥିଲେ, ଓଡ଼ିଶା ସରକାର କିଭଳି ଆଦର୍ଶ ବିଦ୍ୟାଳୟ ଜରିଆରେ ଶିକ୍ଷା ପଦ୍ଧତିରେ ନୂଆ ଦିଗ ଦେଇଛନ୍ତି। ଏହି ପଦ୍ଧତି ସାରା ଦେଶରେ ଲାଗୁ ହେଲେ ଶିକ୍ଷା ପ୍ରଣାଳୀ ଏକ ନୂଆ ଦିଗ ପାଇପାରିବ ବୋଲି ଡକ୍ଚର ସାହୁ କହିଛନ୍ତି। ରାଜ୍ୟର ପ୍ରତ୍ୟେକ ଲୋକ କିଭଳି ଶିକ୍ଷା ପାଇପାରିବେ ସେ ବାବଦରେ ଆଲୋକପାତ କରିବା ସହିତ ସରକାରୀ ଏବଂ ଘରୋଇ ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ବାବଦରେ ଆଲୋଚନା କରିଥିଲେ। ଏହାବାଦ୍ କିଭଳି ସରକାରୀ ସ୍କୁଲର ମାନ ବଢ଼ି ଚାଲିଛି ସେ ବାବଦରେ ଡକ୍ଟର ସାହୁ ଆଲୋକପାତ କରିଥିଲେ।

ଏହି କନକ୍ଲେଭରେ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଏନସିଇଆରଟି, ଦେଶର ଅନେକ ଶିକ୍ଷା ଅନୁଷ୍ଠାନ, ଶିକ୍ଷାବିତ ଆଦି ଯୋଗ ଦେଇଥିଲେ। ‘ସର୍ବ ଶିକ୍ଷା-ଏମ୍ପାଓ୍ୱରିଂ ଇଣ୍ଡିଆ ୨୦୨୦’ ବୈଠକର ମୂଳ ଉଦ୍ଦେଶ୍ୟ କିଭଳି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଉଚ୍ଚମାନର ଶିକ୍ଷା ବ୍ୟବସ୍ଥା ଯୋଗାଇହେବ।



from Odisha Reporter https://ift.tt/2SLWWud

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages