ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 20, 2020

ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ

ଧର୍ମଗଡ(ଇଙ୍ଗିତ ପଣ୍ଡା):ମଣ୍ଡିରୁ ଧାନ ଉଠାଣ ବିଳମ୍ୱ ଯୋଗୁ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ। ଯୋଗାଣ ବିଭାଗର ଦୋମୁହାଁ ନୀତି ଯୋଗୁ ଆଜି ଯାଏ ମଣ୍ଡିରୁ ଧାନ ବିକ୍ରି ନହୋଇ ପଡିରହିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜାତୀୟ ରାଜପଥ ୨୬କୁ ଚାଷୀମାନେ ଧାନ ବସ୍ତା ରଖି ଅବରୋଧ କରିଥିବା ଦେଖିବାକୁ ମିଳିଛି। ବିଜେପି କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ସହ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଭବାନୀପାଟଣା-ଜୟପୁରକୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ଟୋକନ ମିଳିଥିଲେ ବି ଟାର୍ଗେଟ ନଥିବାରୁ ବାତିଲ ହୋଇଯାଉଛି।

ପୁଣି କେତେକ ଚାଷୀଙ୍କୁ ଟୋକନ ଅନଲାଇନରେ ପଞ୍ଜିକରଣ ପରେ ବି ଲିଙ୍କ‌୍‍ ଆସୁନାହିଁ। ଫଳରେ ଚାଷୀଙ୍କ ଧାନ ବିକ୍ରି ନହୋଇ ହଜାର ହଜାର ବସ୍ତା ମଣ୍ଡିରେ ପଡିରହିଛି। ଏହାର ପ୍ରତିବାଦରେ ଚାଷୀମାନେ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ଧାରଣାରେ ବସିଥିଲେ।



from Odisha Reporter https://ift.tt/2HE1Frd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages