ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଯଦି ସିସିଟିଭି ଲାଗି ନାହିଁ, ତା’ ହେଲେ କ’ଣ ପାଇଁ ଲାଗି ପାରି ନାହିଁ ଏକ ଘୋଷଣାପତ୍ର ଦିଅ।” ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ପୂର୍ବରୁ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ଏପରି ଭାବେ ତାଗିଦ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।
ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି କି ନାହିଁ ଜଣାଇବା ଲାଗି ଗତକାଲି ସନ୍ଧ୍ୟାକୁ ସମୟ ଦେଇଥିଲା ପରିଷଦ। ଯେଉଁ କେନ୍ଦ୍ରରେ ସିସିଟିଭି ଲାଗି ନାହିଁ, କ’ଣ ପାଇଁ ଲାଗି ପାରିନି ସେନେଇ ଏକ ଘୋଷଣାପତ୍ର ଦେବାକୁ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଏହାପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏହି ଘୋଷଣାପତ୍ର ପଠାଯିବ। ବିଭାଗ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପରିଷଦ କହିଛି।
from Odisha Reporter https://ift.tt/3chZHuG
No comments:
Post a Comment