ବଢ଼ିଲା ଅନୁପ ସାଏଙ୍କ ରିମାଣ୍ଡ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 25, 2020

ବଢ଼ିଲା ଅନୁପ ସାଏଙ୍କ ରିମାଣ୍ଡ ଅବଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛତିଶଗଡ଼ ହମିରପୁରରେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ରିମାଣ୍ଡ  ଅବଧି ବଢ଼ିଛି। ତାଙ୍କୁ ଆଉ ଗୋଟାଏ ଦିନ ରିମାଣ୍ଡରେ ନେବାକୁ ରାୟଗଡ଼ ସିଜିଏମ୍ କୋର୍ଟ ପୁଲିସ୍‌କୁ ଅନୁମତି ଦେଇଛନ୍ତି । ପୁଲିସ୍‌ ୩ ଦିନ ରିମାଣ୍ଡ ପାଇଁ ଅନୁମତି ମାଗିଥିଲେ ମଧ୍ୟ କୋର୍ଟ ଦିନକ ପାଇଁ ଅନୁମତି ଦେଇଛନ୍ତି।

ଆଗରୁ ପୁଲିସ୍‌ ୩ ଦିନ ରିମାଣ୍ଡରେ ନେଇ ଅନୁପ ଙ୍କୁ ଘନ ଘନ ଜେରା କରିଥିଲା। ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ମଧ୍ୟ ଦିନିକିଆ ରିମାଣ୍ଡରେ ନେଇ ପୁଲିସ୍‌ ପଚରାଉଚରା କରିଥିଲା। ଅନୁପ ସାଏଙ୍କ ନାର୍କୋ ବା ବ୍ରେନ ମ୍ୟାପିଂ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇନାହିଁ ବୋଲି କହିଛନ୍ତି ରାୟଗଡ଼ ଅତିରିକ୍ତ ଏସ୍‌ପି ଅଭିଷେକ ବର୍ମା। ଫେବ୍ରୁଆରୀ ୧୩ ତାରିଖରେ ପୁଲିସ୍ ଅନୁପ ସାଏଙ୍କୁ ରାୟଗଡ଼ା ପୁଲିସ୍ ଗିରଫ କରିଥିଲା।

ସୂଚନାଥାଉ କି, ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର  ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୁଲିସ୍ ମୃତଦେହ ଜବତ କରି ତଦନ୍ତ କରିଥିଲା। ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୁଲିସ୍। ତେବେ ଏହି ହତ୍ୟାକାଣ୍ଡରେ ଅନୁପ ସାଏଙ୍କ ସମ୍ପୃକ୍ତି ସାମନାକୁ ଆସିବା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା।



from Odisha Reporter https://ift.tt/2HUqZcy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages