ଆଜି ୫ ଜିଲ୍ଲାରେ ବର୍ଷିବ, ୨୫ରେ ସାରା ଓଡ଼ିଶାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ଆଜି ୫ ଜିଲ୍ଲାରେ ବର୍ଷିବ, ୨୫ରେ ସାରା ଓଡ଼ିଶାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସମ୍ୱଲପୁର, ବରଗଡ଼, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ବର୍ଷା ହୋଇପାରେ। ହେଲେ ଅନ୍ୟ ସ୍ଥାନ ଗୁଡ଼ିକରେ ପାଗ ଶୁଖିଲା ରହିବ। ତେବେ ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ହୋଇପାରେ। ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା ଆଜି ଏହି ସୂଚନା ଦେଇଛନ୍ତି।  କହିଛନ୍ତି।

ସେ କହିଛନ୍ତି, “ ଆସନ୍ତାକାଲି ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ହୋଇପାରେ। ଚାରୋଟି ଜିଲ୍ଲାରେ ଘଡ଼ଘଡ଼ି ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- କଟକ, ଯାଜପୁର, ଭଦ୍ରକ ଓ ଖୋର୍ଦ୍ଧା। ”

ଶ୍ରୀ ବେହେରା ଆହୁରି କହିଛନ୍ତି, “୨୫ ତାରିଖରେ ସାରା ଓଡ଼ିଶାରେ ବର୍ଷା ହୋଇପାରେ। ତେବେ ପୁରୀ, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖରେ କେବଳ ମୟୂରଭଞ୍ଜ ଓ କେନ୍ଦୁଝର ବର୍ଷା ହେବ। ୨୭ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବ ଓ ଖରା କ୍ରମଶଃ ବୃଦ୍ଧି ପାଇବ। ”



from Odisha Reporter https://ift.tt/2HPhHi1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages