ଶାହୀନବାଗ ପରେ ଜାଫରାବାଦରେ ସିଏଏ ବିରୋଧୀ ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ଶାହୀନବାଗ ପରେ ଜାଫରାବାଦରେ ସିଏଏ ବିରୋଧୀ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନବାଗ ପରେ ଜାଫରାବାଦରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକତା ରେଜିଷ୍ଟର (ଏନଆରସି)କୁ ବିରୋଧ କରି ମହିଳାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଶନିବାର ରାତିରେ ହଠାତ୍ ଏହି ଆନ୍ଦୋଳନକାରୀ ସିଏଏ ଓ ଏନଆରସିକୁ ବିରୋଧ କରି ଆନ୍ଦୋଳନର ଡାକରା ଦେଇଛନ୍ତି। ଏହାପରେ ଜାଫରାବାଦ ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ବାଟ ବନ୍ଦ କରି ଦେଇଛି ଦିଲ୍ଲୀ ମେଟ୍ରୋ। ଏହାବାଦ ମେଟ୍ରୋ ଟ୍ରେନ ଏହି ଷ୍ଟେସନରେ ରହିବ ନାହିଁ ରେଲଓ୍ୱେ କତ୍ତୃପକ୍ଷ କହିଛନ୍ତି। ଲୋକଙ୍କ ଭିଡକୁ ଦେଖି ବ୍ୟାପକ ପୁଲିସ ମୁତ୍ତୟନ କରାଯାଇଛି।

ବିରୋଧରେ ସାମିଲ୍ ହୋଇଥିବା ମହିଳା ହାତରେ ଜାତୀୟ ପତାକା ଧରି ‘ଆଜାଦୀ’ ସାଙ୍ଗକୁ ଜୟ ‘ଭୀମ’ ନାରା ମଧ୍ୟ ଦେଉଛନ୍ତି। ଆନ୍ଦୋଳନ କରିବାକୁ ଯାଇ ଏହି ମହିଳାମାନେ ସିଲମପୁରରୁ ମୌଜପୁର ଏବଂ ଯମୁନା ବିହାରକୁ ଯୋଡ଼ି ହୋଇଥିବା ୬୬ ନମ୍ୱର ସଡ଼କକୁ ବନ୍ଦ କରି ଦେଇଛନ୍ତି। ଏହି ରାସ୍ତା ଦେଇ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ସଡ଼କ ଖାଲି କରିବା ପାଇଁ ପୁଲିସ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରୁଛି। ଯେତେପର୍ଯ୍ୟନ୍ତ କେନ୍ଦ୍ର ସରକାର ସିଏଏ ପ୍ରତ୍ୟାହାର କରି ନାହାନ୍ତି ସେତେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଆନ୍ଦୋଳନକାରୀ ମହିଳା ଚେତାବନୀ ଦେଇଛନ୍ତି।

ଅନ୍ୟପଟେ ଶାହୀନବାଗରେ ଦୁଇ ମାସରୁ ଅଧିକ ଦିନ ହେବ ସିଏଏ ବିରୋଧରେ ଆନ୍ଦୋଳନ କରୁଛନ୍ତି ମହିଳାମାନେ। ଗତକାଲି ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥିଙ୍କ ସହିତ ଆନ୍ଦୋଳନକାରୀ ଆଲୋଚନା କରିବା ପରେ ବନ୍ଦ କରି ରଖିଥିବା ନୋଏଡା-ଫରିଦାବାଦ ରାସ୍ତାକୁ ଖୋଲାଯାଇଛି।



from Odisha Reporter https://ift.tt/3bZJTga

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages