ପରଦାକୁ ଫେରୁଛନ୍ତି ଶାହାରୁଖ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

ପରଦାକୁ ଫେରୁଛନ୍ତି ଶାହାରୁଖ୍

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହ ଶାହାରୁଖ ଖାନ୍‌ ବର୍ଷେ ହେଲାଣି ପରଦାରୁ ଦୂରେଇ ରହିଛନ୍ତି। ୨୦୧୮ ଡିସେମ୍ବର ୨୧ରେ ତାଙ୍କ ଫିଲ୍ମ ‘ଜିରୋ’ ରିଲିଜ୍ ହୋଇଥିଲା। ଏହା ପରଠୁ ତାଙ୍କର ଆଉ କୌଣସି ଫିଲ୍ମ ଆସିନାହିଁ। ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ପରଦାରେ ଦେଖିବାକୁ ନପାଇବାରୁ ନିରାଶ ହୋଇପଡ଼ିଲେଣି। ତେବେ ସେମାନଙ୍କ ପାଇଁ ଖୁସି ଖବର।

ସୂଚନା ଅନୁଯାୟୀ, ଶାହାରୁଖ  ନିର୍ଦ୍ଦେଶକ ରାଜ ନିଦିମୋରୁ  ଓ କୃଷ୍ଣ ଡିକେଙ୍କ ସହ ଏକ ଫିଲ୍ମ କରିବେ। ଏହି ଫିଲ୍ମକୁ ନେଇ ଅନେକ ଦିନ ହେଲାଣି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ ଫିଲ୍ମର ସ୍କ୍ରିପ୍ଟ ଦେଖିବା ମାତ୍ରେ ହିଁ ଶାହାରୁଖ ହଁ କରିଦେଇଛନ୍ତି। ସେ ଏହି ଫିଲ୍ମ କରିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି। ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ଚଳିତ ବର୍ଷ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯିବ।

ନିର୍ଦ୍ଦେଶକ ରାଜ ନିଦିମୋରୁ ଓ କୃଷ୍ଣ ଡିକେ ଏକାଠି ‘ସ୍ତ୍ରୀ’, ‘ଶୋର୍‌ ଇନ୍‌ ଦ ସିଟି’ ପରି ଫିଲ୍ମ ତିଆରି କରିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ଟିମ୍‌ ବଲିଉଡ୍‌ ବାଦଶାହାଙ୍କ ସହ ହାତ ମିଶାଇବା ବେଶ୍ ଭଲ ଫଳପ୍ରଦ ହୋଇପାରେ। ଏହା ବ୍ୟତୀତ ସୂଚନା ମିଳିଛି ଯେ ଶାହାରୁଖ ଖୁବ୍‌ଶୀଘ୍ର ଫିଲ୍ମ ନିର୍ମାତା ରାଜକୁମାର ହିରାନୀ, ସାଉଥ୍ ଷ୍ଟାରଫିଲ୍ମ ମେକର୍‌ ଏଟ୍‌ଲି କୁମାର ଓ ୟଶରାଜ ଫିଲ୍ମ ସହ ଅପକମିଂ ଫିଲ୍ମର ଘୋଷଣା କରିବେ।

ଶାହାରୁଖଙ୍କ ବଲିଉଡ୍‌ କ୍ୟାରିୟର୍‌ ବିଷୟରେ କହିଲେ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ୍’ ପରେ ତାଙ୍କର କୌଣସି ଫିଲ୍ମ ହିଟ୍‌ ହୋଇନାହିଁ। ୨୦୧୮ରେ ଆସିଥିବା ଫିଲ୍ମ ‘ଜିରୋ’ ଫ୍ଲପ ହେବାପରେ ସେ ପରଦାରୁ ଦୂରେଇ ଅଛନ୍ତି। ଖବର ଆସଥିଲା ଯେ ସେ ମହାକାଶଚାରୀ ରାକେଶ ଶର୍ମାଙ୍କ ବାୟୋପିକ୍‌ରେ ନଜର ଆସିବେ। ହେଲେ ପରବର୍ତ୍ତୀ ସମୟରେ ଜଣା ପଡ଼ିଥିଲା ଯେ ଶାହାରୁଖ ଏହି ଫିଲ୍ମ କରିବାକୁ ମନା କରିଦେଇଛନ୍ତି। ଏହାର କାରଣ କୁହାଯାଉଛି ଯେ ସେ ଏବେ ଅନେକ ବୁଝି ବିଚାରି ସ୍କ୍ରିପ୍ଟ  ଚୟନ କରୁଛନ୍ତି।

 



from Odisha Reporter https://ift.tt/3buD3Py

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages