‘କେଜିଏଫ୍‌ ୨’ରେ ରବିନାଙ୍କ ଏଣ୍ଟ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 10, 2020

‘କେଜିଏଫ୍‌ ୨’ରେ ରବିନାଙ୍କ ଏଣ୍ଟ୍ରି

ମୁମ୍ବାଇ: ଅଭିନେତ୍ରୀ ରବିନା ଟଣ୍ଡନ୍‌ ଏବେ ଟେଲିଦୁନିଆରେ ବେଶ୍ ସକ୍ରିୟ ଅଛନ୍ତି। ୨୦୧୯ରେ ସେ ଚର୍ଚ୍ଚିତ ରିଆଲିଟି ଶୋ’ ‘ନଚ୍‌ ବଲିୟେ ୯’ରେ ଜଜ୍‌ ହୋଇଥିଲେ। ତେବେ ସେ ପୁଣିଥରେ ବଡ଼ ପରଦାକୁ ଫେରିବାକୁ ପ୍ରସ୍ତୁତ ହୋଇଗଲେଣି। ସୂଚନା ମୁତାବକ ରବିନା କନ୍ନଡ଼ର ସୁପରହିଟ୍‌ ଫିଲ୍ମ ‘କେଜିଏଫ୍‌’ର ସିକ୍ୱେଲ୍‌ ‘କେଜିଏଫ୍‌୨’ରେ ନଜର ଆସିବେ। ତାଙ୍କ ପୂର୍ବରୁ ଏଇ ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ ଏଣ୍ଟ୍ରି ମାରିସାରିଲେଣି।

‘କେଜିଏଫ୍‌ ୨’ରେ ରବିନାଙ୍କ ଏଣ୍ଟ୍ରି ବିଷୟରେ ସୂଚନା ଦେଇଛି ଫିଲ୍ମର ହିନ୍ଦୀ ଡିଷ୍ଟ୍ରିବ୍ୟୁସନ୍‌ ଦାୟିତ୍ୱ ନେଇଥିବା କମ୍ପାନୀ ଏକ୍ସେଲ୍‌ ଏଣ୍ଟରଟେନ୍‌ମେଣ୍ଟ। ଏହା ବ୍ୟତୀତ ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍‌ ମଧ୍ୟ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ରବିନାଙ୍କ ସହ ଏକ ଫଟୋ ଶେଆର୍‌ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଡେଥ୍‌ ୱାରେଣ୍ଟ ଜାରି କରିଥିବା ମହିଳାଙ୍କର ଆଗମନ ହୋଇଯାଇଛି। ‘କେଜିଏଫ୍‌ ୨’ର ଟିମ୍‌ରେ ରବିନା ଟଣ୍ଡନ୍‌ଙ୍କୁ ସ୍ୱାଗତ।’

ସୂଚନା ଅନୁଯାୟୀ ଫିଲ୍ମରେ ରମିକା ସେନ୍‌ଙ୍କ ଭୂମିକାରେ ଅଭିନୟ କରିବେ ରବିନା। ସେହିପରି ସଞ୍ଜୟ ଦତ୍ତ ଏଥିରେ ଖଳନାୟକ ଅଧୀର୍‌ ଭୂମିକାରେ ଅଭିନୟ କରିବେ। କିଛିଦିନ ପୂର୍ବରୁ ସେ ସୋଶାଲ୍‌ ମିଡିଆରେ ତାଙ୍କ ଲୁକ୍ ଶେଆର୍ କରିଥିଲେ।

୨୦୧୮ରେ ରିଲିଜ୍‌ ହୋଇଥିଲା ‘କେଜିଏଫ୍’। ଏହା ସୁପରହିଟ୍‌ ହୋଇଥିଲା। ଏଥିରେ କନ୍ନଡ ଅଭିନେତା ୟଶ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏବେ ଏହାର ଦ୍ୱିତୀୟ ପାର୍ଟର ପୋଷ୍ଟର ରିଲିଜ୍ ହୋଇ ସାରିଲାଣି। ଫିଲ୍ମଟି ଚଳିତବର୍ଷ ଜୁଲାଇରେ ରିଲିଜ୍ ହେବ। ଏହାକୁ କନ୍ନଡ଼ ସହିତ ହିନ୍ଦୀ, ତାମିଲ୍, ତେଲୁଗୁ ଓ ମାଲାୟଲମ୍‌ ଭାଷାରେ ରିଲିଜ୍‌ କରାଯିବ।



from Odisha Reporter https://ift.tt/2w5lHs9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages