ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ତାପସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 22, 2020

ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ତାପସୀ

ମୁମ୍ବାଇ: ଫିଲ୍ମ ଥପ୍ପଡ଼କୁ ନେଇ ଚର୍ଚ୍ଚାରେ ଥିବା ତାପସୀ ପନ୍ନୁଙ୍କର ଆଉ ଏକ ନୂଆ ଫିଲ୍ମ ଆସୁଛି। ଆଗକୁ ତାଙ୍କୁ ଫିଲ୍ମ ଲୁପ୍ ଲପେଟାରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ସହିତମର୍ଦ୍ଦାନୀ’ ଛିଛୋ’ରେ ଭଳି ସିନେମାରେ ଚମତ୍କାର ଅଭିନୟ କରିଥିବା ତାହିର୍ ରାଜ୍ ଭାସିନ୍‌ଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମଟି ହେଉଛି ୧୯୯୮ରେ ଆସିଥିବା ଜର୍ମାନୀ ଫିଲ୍ମ ରନ୍ ଲୋଲା ରନ୍‌ ହିନ୍ଦୀ ରିମେକ୍। ଆକାଶ ଭାଟିଆ ଏହାର ନିର୍ଦ୍ଦେଶନା ଦେବେ।

View this post on Instagram

Through the shadows …. #mirchimusicawards

A post shared by Taapsee Pannu (@taapsee) on

ତାପସୀ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟ ଜରିଆରେ ଏ ନେଇ ସୂଚନା ଦେଇଛନ୍ତି। ସେ ନିଜ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ଶେଆର କରିଛନ୍ତି, ଯେଉଁଥିରେଏହି ଫିଲ୍ମକୁ ନେଇ ସମସ୍ତ ସୂଚନା ଲେଖାଯାଇଛି। ତାଙ୍କ ବ୍ୟତୀତ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ମଧ୍ୟ ଏନେଇ ଟ୍ୱିଟ୍‌ କରିଛନ୍ତି।ସବୁବେଳେ ଗମ୍ଭୀର ରୋଲ୍‌ରେ ଦର୍ଶକଙ୍କ ମନ ଜିତିଥିବା ତାପସୀ ଏଥିରେ କମେଡି କରି ଦର୍ଶକଙ୍କୁ ହସାଇବେ।

ସେ ଏବେ ତାଙ୍କ ଅପ୍‌କମିଂ ଫିଲ୍ମ ଥପ୍ପଡ଼କୁ ନେଇ ବ୍ୟସ୍ତ ରହୁଛନ୍ତି। ଏହା ବ୍ୟତୀତ ସେ ଆଗକୁ ହସିନ୍‌ ଦିଲ୍‌ରୁବା, କ୍ରିକେଟର୍‌ ମିତାଲି ରାଜ୍‌ଙ୍କ ବାୟୋପିକ୍‌ ସାବାସ୍‌ ମିଠୁ ଓ ‘ରଶ୍ମି ରକେଟ୍‌’ରେ ନଜର ଆସିବେ।

ସୂଚନାଯୋଗ୍ୟ, ନିକଟରେ ତାପସୀଙ୍କ ଫିଲ୍ମ ଷାଣ୍ଢ କି ଆଁଖ ରିଲିଜ୍‌ ହୋଇଥିଲା। ଏଥିରେ ସେ ଓ ଭୂମି ପେଡ଼ନେକରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ଦେଶର ସବୁଠୁ ବୟସ୍କ ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ ହୋଇଛି। ମହଳା ସଶକ୍ତିକରଣ ଓ କ୍ରୀଡ଼ା ପ୍ରୋତ୍ସାହନ ଉପରେ ତିଆରି ଏହି ଫିଲ୍ମ ପାଇଁ ତାପସୀଙ୍କୁ ଏଥର ଫିଲ୍ମଫେୟାର୍‌ ଆୱାର୍ଡ଼ ମିଳିଥିଲା।  ବେଷ୍ଟ ଆକ୍ଟର୍‌ ଇନ୍‌ ଫିମେଲ୍‌ କ୍ରିଟିକ୍ସ ଚଏସ୍‌’ ବର୍ଗରେ ସେ ଏହି ପୁରସ୍କାର ଜିତିଥିଲେ। 

 





from Odisha Reporter https://ift.tt/2SMnRWx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages