ପୁଣି ଏକାଠି ଆସିବେ ବିଶାଲ୍‌ ଓ ମଧୁରିମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 26, 2020

ପୁଣି ଏକାଠି ଆସିବେ ବିଶାଲ୍‌ ଓ ମଧୁରିମା

ମୁମ୍ବାଇ: ‘ବିଗ୍‌ବସ୍‌ ୧୩’ର ଏକ ଚର୍ଚ୍ଚିତ ଯୋଡ଼ି ଥିଲା ଏକ୍ସ କପଲ୍‌ ବିଶାଲ୍‌ ଓ ମଧୁରିମାଙ୍କର। ଏମାନଙ୍କ ଭିତରେ ଜବରଦସ୍ତ ଫାଇଟ୍‌ ଦେଖିବାକୁ ମିଳିଥିଲା ଶୋ’ରେ। ଏମିତିକି ବିଶାଲ୍‌ଙ୍କୁ ଫ୍ରାଇଂ ପ୍ୟାନ୍ ଓ ଚପଲରେ ପିଟିଥିଲେ ମଧୁରିମା।। ତା’ପରେ ଏମାନଙ୍କ ସମ୍ପର୍କ ଆହୁରି ଖରାପ ହୋଇଯାଇଥିଲା। ଏମାନେ କେବେ ପରସ୍ପର ମୁହଁ ଚାହିଁବେନି ବୋଲି କହିଥିଲେ। ହେଲେ ଏବେ ଏ ଦୁହେଁ ପୁଣିଥରେ ଏକାଠି ନଜର ଆସିପାରନ୍ତି।

ସୂଚନା ଅନୁଯାୟୀ, ଏକ୍ସ କପଲ୍‌ ବିଶାଲ୍‌-ମଧୁରିମା ଜି’ଟିଭିର ‘ସଲାମ୍-ଏ-ଇଶ୍କ’ କାର୍ଯ୍ୟକ୍ରମରେ ଏକାଠି ନଜର ଆସିବେ। ଏଥିରେ ଦୁହେଁ ରୋମାଣ୍ଟିକ୍‌ ଆକ୍ଟ କରିବେ। କେବଳ ଏ ଦୁହେଁ ନୁହନ୍ତି, ଟେଲିଭିଜନ୍‌ ଦୁନିଆର ଅନେକ ଯୋଡ଼ି ଏହି ସ୍ପେଶାଲ୍ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରିବେ। ଏମାନଙ୍କ ମଧ୍ୟରେ ପ୍ରିନ୍ସ ନରୁଲା-ୟୁବିକା ଚୌଧୁରୀ, ଶବୀର ଆହଲୁୱାଲିୟା-ଶ୍ରୁତି ଝା,  ଅଞ୍ଜୁମ୍ ଫକିହ୍‌-ଅଭିଷେକ କପୁର୍, ରୁହି ଚତୁର୍ବେଦି-ମାନିତ ଜୋରା ଓ ଅଦାନ୍‌ ଖାନ୍‌-ତନୁଶା ଶର୍ମା ପ୍ରଭୃତିଙ୍କ ଯୋଡ଼ି ସାମିଲ୍‌ ଅଛନ୍ତି। ଏହି କାର୍ଯ୍ୟକ୍ରମ ଫେବ୍ରୁଆରୀ ୨୯ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ପ୍ରସାରିତ ହେବ।

ସୂଚନାଯୋଗ୍ୟ, ବିଶାଲ୍‌ ଓ ମଧୁରିମା ପ୍ରଥମେ ଷ୍ଟାର୍‌ପ୍ଲସ୍‌ର ଲୋକପ୍ରିୟ ରିଆଲିଟି ଶୋ’ ‘ନଚ୍‌ ବଲିୟେ ୯’ରେ ଆସିଥିଲେ। ଏ ଦୁହିଁଙ୍କ ଝଗଡ଼ା ଓ ଲଢ଼େଇ ‘ନଚ୍‌ ବଲିୟେ’କୁ ହାଇ ଟିଆର୍‌ପି ଦେଇଥିଲା। ‘ନଚ୍ ବଲିୟେ’ ଭଳି ‘ବିଗ୍‌ ବସ୍‌ ୧୩’ରେ ମଧ୍ୟ ଏ ଦୁହେଁ ସେହି ଧାରା ବଜାୟ ରଖିଥିଲେ। କିନ୍ତୁ ମଧୁରିମା ଫ୍ରାଇଂ ପ୍ୟାନ୍‌ରେ ବିଶାଲ୍‌ଙ୍କୁ ବାଡ଼େଇବା ପରେ ଶୋ’ର ହୋଷ୍ଟ୍ ସଲ୍‌ମାନ୍ ଖାନ୍ ବି ଖୁବ୍ ରାଗି ଯାଇଥିଲେ। ଏହା ପରେ ସେ ମଧୁରିମାଙ୍କୁ ଶୋ’ରୁ ବାହାର କରିଦେଇଥିଲେ। ଏହାର ସପ୍ତାହେ ପରେ ବିଶାଲ୍‌ ମଧ୍ୟ କମ୍‌ ଭୋଟ ମିଳିବାରୁ ବାହାରି ଯାଇଥିଲେ।



from Odisha Reporter https://ift.tt/32w7u3D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages