ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ହାଇକୋର୍ଟରେ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବେଳେ ବିଚାରପତି ଜଷ୍ଟିସ ମୁରଲୀଧର ପୁଲିସ ଏବଂ ସଲିଟର ଜେନେରାଲଙ୍କ ଆଭିମୁଖ୍ୟକୁ ନେଇ କଡ଼ା ସମାଲୋଚନା କରିଥିଲେ। ଏବେ ଜଷ୍ଟିସ ମୁରଲୀଧରଙ୍କ ବଦଳି ହୋଇଛି ହରିଆନା ଏବଂ ପଞ୍ଜାବ ହାଇକୋର୍ଟକୁ। ଜଷ୍ଟିସଙ୍କ ବଦଳିକୁ ନେଇ ଏବେ କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ବର୍ଷିଛି।
ବିଚାପତିଙ୍କ ବଦଳି ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, ‘ବାହାଦୂର ବିଚାରପତି ଜଷ୍ଟିସ ଲୋୟାଙ୍କୁ ମନେ ପକାଉଛି। ଯାହାଙ୍କର ବଦଳି ହୋଇନଥିଲା’।
Remembering the brave Judge Loya, who wasn’t transferred.
— Rahul Gandhi (@RahulGandhi) February 27, 2020
ପ୍ରିୟଙ୍କା ଗାନ୍ଧୀ ଟୁଇଟ୍ କରି ଲେଖିଛନ୍ତି’ ‘ରାତି ଅଧରେ ବିଚାରପତି ମୁରଲୀଧରଙ୍କ ବଦଳି ବର୍ତ୍ତମାନ ସ୍ଥିତିରେ ଆଶ୍ଚର୍ଯ୍ୟ କରିବା ଘଟଣା ନୁହେଁ ବରଂ ଦୁଃଖ ଦାୟକ ଏବଂ ଲଜ୍ଜିତ। କୋଟି କୋଟି ଭାରତୀୟଙ୍କ ନ୍ୟାୟ ବ୍ୟବସ୍ଥା ଉପରେ ଭରସା ରହିଛି। ଏହି ସରକାର ନ୍ୟାୟ ବ୍ୟବସ୍ଥା ଉପରେ ବାଧା ସୃଷ୍ଟି କରୁଛନ୍ତି। ନ୍ୟାୟ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା ତୁଟୁଛି, ଯାହାକି ଦୁଃଖଦ ଘଟଣା’।
The midnight transfer of Justice Muralidhar isn’t shocking given the current dispensation, but it is certianly sad & shameful.
Millions of Indians have faith in a resilient & upright judiciary, the government’s attempts to muzzle justice & break their faith are deplorable. pic.twitter.com/KKt4IeAMyv
— Priyanka Gandhi Vadra (@priyankagandhi) February 27, 2020
ସେହିପରି କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା ମଧ୍ୟ ଟୁଇଟ୍ କରି ବିଚାରପତି ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କଠାରୁ ଜବାବ ତଲବ କରିଛନ୍ତି।
ସୁରଜେଓ୍ୱାଲା କହିଛନ୍ତି, ଦିଲ୍ଲୀ ହିଂସା ଘଟଣାରେ ନିରପେକ୍ଷ ତଦନ୍ତ ହେଲେ ଆପଣଙ୍କ ଦଳ (ବିଜେପି)ର ଷଡ଼ଯନ୍ତ୍ର ଧରାପଡ଼ିବ କି? ଏହା ଆପଣଙ୍କୁ ଭୟଭୀତ କରାଇଛି କି? ନିରପେକ୍ଷ ଏବଂ ପ୍ରଭାବଶାଳୀ ନ୍ୟାୟକୁ ରୋକିବା ପାଇଁ ଆପଣମାନେ କେତେଜଣ ବିଚାରପତିଙ୍କୁ ବଦଳି କରିବେ? ଆପଣଙ୍କ ଦଳର ନେତାଙ୍କ ଦ୍ୱାରା ଯେଉଁ ବିଷ ମଞ୍ଜି ବୁଣାଯାଇଛି ତାକୁ ଠିକ୍ କହିବା ପାଇଁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିଲା କି? ତେଣୁ ଆପଣ ବିଚାରପତିଙ୍କ ବଦଳି କରାଇଲେ? ଯିଏ ପୁଲିସଙ୍କୁ ଆପଣଙ୍କ ଦଳର ନେତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
क्या अब न्याय करने वालों को भी बख़्शा नहीं जाएगा?
न्यायपालिका के ख़िलाफ़ भाजपा की दबाव व बदले की राजनीति का हुआ पर्दाफाश।
मोदी सरकार न तो न्याय को दबा पाएगी,
न ही दोषी भाजपा नेताओं को बचा पाएगी।सत्य की जीत होगी।
हमारा वक्तव्य: pic.twitter.com/UXWppq8Bv2
— Randeep Singh Surjewala (@rssurjewala) February 27, 2020
ଦିଲ୍ଲୀରେ ହିଂସା ବଢ଼ୁଥିବା ଦେଖି ମଙ୍ଗଳବାର ରାତି ଅଧିରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଥିଲେ। ବିଚାରପତି ଜଷ୍ଟିସ ଏସ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଶୁଣାଣି ବେଳେ କୋର୍ଟ ହିଂସାକାଣ୍ଡରେ ଆହତ ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସହଯୋଗ ଯୋଗାଇ ଦେବାକୁ ଦିଲ୍ଲୀ ପୁଲିସ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସକାଳେ ଶୁଣାଣି କରି ଜଷ୍ଟିସ ମୁରଲୀଧର ହିଂସାକାଣ୍ଡ ଘଟଣାରେ ପୁଲିସ୍କୁ ତୀବ୍ର ସମାଲୋଚନା କରିଥିଲେ। ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ବିଜେପିର ୩ ନେତା କପିଲ ମିଶ୍ରା, ଅନୁରାଗ ଠାକୁର ଓ ପରଭେଶ ବର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମଧ୍ୟ କୋର୍ଟ ଦିଲ୍ଲୀ ପୁଲିସ୍କୁ ୨୪ ଘଣ୍ଟାର ସମୟ ଦେଇଥିଲେ।
ରବିବାର କପିଲ ମିଶ୍ରା ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଥିବାରୁ ତାଙ୍କ ବିରୋଧରେ ପୁଲିସ୍ ଏଫଆଇଆର ରୁଜୁ କରି ନଥିବାରୁ କୋର୍ଟ ବିସ୍ମୟ ହୋଇଥିଲେ। ଏଥିସହ କୋର୍ଟ ପୁଲିସ୍ର କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। କୋର୍ଟ କହିଥିଲେ, ଯଦି ପୋଡ଼ାଜଳା ଓ ହିଂସାକାଣ୍ଡ ପାଇଁ ଏଫଆଇଆର ରୁଜୁ କରାଯାଇ ପାରୁଛି, ତା’ହେଲେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ପାଇଁ ଦିଲ୍ଲୀ ପୁଲିସ୍ କାହିଁକି ଏଫଆଇଆର ରୁଜୁ କରୁ ନାହିଁ?
from Odisha Reporter https://ift.tt/3ce5mlG
No comments:
Post a Comment