ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍ ଟ୍ରାଜେଡି ଯୋଗୁ ୧୦ ଜଣ ଆଖି ବୁଜି ସାରିଥିବା ବେଳେ ଗୁରୁତର ୧୮ ଜଣ ଏବେ ମେଡିକାଲରେ ଚିକିତ୍ସାଧୀନି ଅଛନ୍ତି । ସେମାନଙ୍କ ୮ ଜଣ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୧୦ ଜଣ ବ୍ରହ୍ମପୁରୁ ଏମକେସିଜିରେ ଚିକିତ୍ସାଧୀନ ଅଛନ୍ତି।
ଏମକେସିଜିରେ ଥିବା ୧୦ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ସର୍ଜରୀ ସ୍ପେସିଆଲିଷ୍ଟ ଓ୍ୱାର୍ଡରେ ରଖାଯାଇଛି। ଏପଟେ କଟକ ଏସସିବି ଡିଜାଷ୍ଟର ଓ୍ୱାର୍ଡରେ ଭର୍ତ୍ତି ୮ ଗୁରୁତରଙ୍କର ଚିକିତ୍ସା ଚାଲିଛି । ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ଚିକିତ୍ସା କରୁଛନ୍ତି । ଆନାସ୍ଥେସିଆ, ମେଡିସିନ୍, ସର୍ଜରୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଓ ନ୍ୟୁରୋ ସର୍ଜରୀ ଡାକ୍ତରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗୁରୁତରଙ୍କ ଚିକିତ୍ସା କରୁଛନ୍ତି।
from Odisha Reporter https://ift.tt/2ScvOnw
No comments:
Post a Comment