ଉଦଳା(ମାନସ ପାଣି): ଦୁନିଆକୁ ଭଲ ଭାବେ ଜାଣିବା ପୂର୍ବରୁ ଭଲମନ୍ଦ ବାଛବିଚାର କରିବା ପୂର୍ବରୂ ପ୍ରେମରେ ପଡ଼ି ବାପ ଘର ଛାଡ଼ିଲେ। ହେଲେ ଯାହା ଆଶା ଭରସାରେ ଆପଣାର ଲୋକଙ୍କୁ ପର କରିବାକୁ ପଛାଇଲେ ନାହିଁ, ସେ ବି ଧୋକ୍କା ଦେଲେ। ବାପ ଘରୁ ଲକ୍ଷେ ଟଙ୍କା ଆଣିବା ପାଇଁ ସ୍ୱାମୀ ସହ ଶାଶୁ ଘର ଲୋକେ ବି ଆରମ୍ଭ କରିଦେଲେ ନିର୍ଯାତନା। ଶେଷରେ ଆଖି ବୁଜିଲେ ନବବଧୂ। ଝିଅର ମୃତ୍ୟୁ ଘଟିଥିବା ଖବର ପାଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି ବାପଘର ଲୋକ। ଏଭଳି ଘଟଣା କପ୍ତିପଦା ଥାନା ଉପରଖୁଂଟା ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, ଉପରଖୁଂଟା ଗ୍ରାମର ରବି ଖିଲାର ଭଦ୍ରକ ଜିଲ୍ଲା ରାଣୀତାଲ ଅଞ୍ଚଳର ଜଣେ ୧୫ ବର୍ଷର ନାବାଳିକାଙ୍କୁ ମାସେ ପୂର୍ବରୁ ପ୍ରେମ ବିବାହ କରିଥିଲେ। ହେଲେ ଏକ ମାସ ପରେ ଅର୍ଥାତ୍ ଗତକାଲି ନାବାଳିକାର ମୃତ୍ୟୁ ହୋଇଥିବା ତାଙ୍କ ବାପଘର ଲୋକେ ଖବର ପାଇଥିଲେ। ବାପଘର ଲୋକେ ଉପରଖୁଂଟା ଗ୍ରାମରେ ପହଞ୍ଚି ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ଏହା ସହିତ ଝିଅ ଶରୀରର ମୁଣ୍ଡ ଏବଂ ଛାତିରେ ଗଭୀର କ୍ଷତ ଚିହ୍ନ ଥିବା ଦେଖିଥିଲେ ।
ନାବାଳିକାଜଣକ ଗତ ମାସ ୧୦ ତାରିଖରେ ଟ୍ୟୁସନ ଯାଉଥିବା କହି ରବି ସହ ପଳାଇ ଯାଇଥିବା ବାପ ଘର ଲୋକେ ପୁଲିସ୍ ସମ୍ମୁଖରେ କହିଛନ୍ତି। ବିବାହର ୧୫ ଦିନ ପରେ ନାବାଳିକାର ପରିବାର ଲୋକଙ୍କୁ ରବି ଖିଲାର ଏକ ଲକ୍ଷ ଟଙ୍କା ମାଗିଥିବା ନାବାଳିକାର ଭାଇ କହିଛନ୍ତି। ଟଙ୍କା ନ ଦେଇପାରିବାରୁ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ୍ ରବି ଖିଲାରକୁ ଥାନାରେ ଅଟକ ରଖିଛି। ଅନ୍ୟପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି
from Odisha Reporter https://ift.tt/2uwVm5X
No comments:
Post a Comment