ନୂଆଦିଲ୍ଲୀ: ଆଜି ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଟ୍ରଷ୍ଟ ଗଠନ ବାବଦରେ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଟ୍ରଷ୍ଟର ନାମ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ ରଖିଛନ୍ତି। ଏହି ଟ୍ରଷ୍ଟରେ ୧୫ ଜଣ ସଦସ୍ୟ ରହିବେ। ଏହି ୧୫ ଟ୍ରଷ୍ଟିଙ୍କ ମଧ୍ୟରୁ ଜଣେ ଦଳିତ ସମାଜର ରହିବେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି କହିଛନ୍ତି।
ଏବଂ ଏହି ଟ୍ରଷ୍ଟ ମନ୍ଦିର ସମ୍ପର୍କୀତ ସମସ୍ତ ନିଷ୍ପତ୍ତି ନେବ ବୋଲି ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଲୋକସଭାକୁ ପ୍ରଧାନମନ୍ତ୍ରୀ ଆସିବାର କିଛି ସମୟ ପୂର୍ବରୁ କ୍ୟାବିନେଟ ବୈଠକ କରିଥିଲେ। ଏହି ବୈଠକରେ ରାମ ମନ୍ଦିର ଟ୍ରଷ୍ଟ ବାବଦରେ ନିଷ୍ପତ୍ତି ନିଆଯାଇଥିଲା।
श्री राम जन्मभूमि तीर्थ क्षेत्र ट्रस्ट में 15 ट्रस्टी होंगे जिसमें से एक ट्रस्टी हमेशा दलित समाज से रहेगा। सामाजिक सौहार्द को मजबूत करने वाले ऐसे अभूतपूर्व निर्णय के लिए मैं प्रधानमंत्री श्री @narendramodi जी को अनेक अनेक बधाई देता हूँ।
— Amit Shah (@AmitShah) February 5, 2020
ଅଯୋଧ୍ୟାରେ ମନ୍ଦିର ତିଆରି ପାଇଁ ୬୭ ଏକର ଜମି ମନ୍ଦିର ଟ୍ରଷ୍ଟକୁ ଦେଇଛନ୍ତି ସରକାର। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସୁନ୍ନି ଓ୍ୱାକଫ ବୋର୍ଡ଼କୁ ପାଞ୍ଚ ଏକର ଜମି ଦେବା ପାଇଁ ସହମତି ପ୍ରକାଶ ପାଇସାରିଛି। ଏହି ମସଜିଦ ଉତ୍ତର ପ୍ରଦେଶ ଅଯୋଧ୍ୟାରେ ଥିବା ଶୋହଓ୍ୱାଲ ତହସିଲର ଧନ୍ନିପୁର ଗାଁରେ ହେବ। ଏ ନେଇ ଉତ୍ତର ପ୍ରଦେଶ ସରକାର ସୂଚନା ଦେଇଛନ୍ତି। ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର କେନ୍ଦ୍ରକୁ ତିନୋଟି ଜମି ବାବଦରେ ପ୍ରସ୍ତାବ ଦେଇଥିଲେ। ହେଲେ କେନ୍ଦ୍ର ସରକାର ଧନିପୁର ଗାଁରେ ଥିବା ୫ ଏକର ଜମି ଉପରେ ମୋହର ମାରିଥିବା ଜଣାପଡ଼ିଛି।
“The 5-acre land allotted to the Sunni Central Waqf Board for building a mosque following the Supreme Court verdict in Babri Masjid-Ram Janmabhoomi title suit will be in Dhannipur village in Sohawal tehsil of Ayodhya”: UP government tells @omar7rashid @the_hindu
— Nistula Hebbar (@nistula) February 5, 2020
ସୂଚନାଯୋଗ୍ୟ, ୯ ନଭେମ୍ୱର ୨୦୧୯ରେ ରାମ ମନ୍ଦିର ମାମଲାର ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ମନ୍ଦିର ଏବଂ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଯେକୌଣସି ସ୍ଥାନର ୫ ଏକର ଲେଖାଏଁ ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
from Odisha Reporter https://ift.tt/2ShbjFa
No comments:
Post a Comment