କ୍ୟାପ୍ଟେନ୍‌ ହାୱା ସିଂହ ହୋଇ ପରଦାକୁ ଆସୁଛନ୍ତି ସୂରଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 4, 2020

କ୍ୟାପ୍ଟେନ୍‌ ହାୱା ସିଂହ ହୋଇ ପରଦାକୁ ଆସୁଛନ୍ତି ସୂରଜ୍

ମୁମ୍ବାଇ: ଏକ ଭଲ ପ୍ରୋଜେକ୍ଟର ଅପେକ୍ଷାରେ ଥିଲେ ବଲିଉଡ୍‌ ଅଭିନେତା ସୂରଜ୍ ପାଞ୍ଚୋଲି। ଆଉ ଏବେ ତାଙ୍କ ଅପେକ୍ଷାର ଅନ୍ତ ଘଟିଛି। କ୍ୟାପ୍‌ଟେନ୍ ହାୱା ସିଂହ ହୋଇ ସେ ପରଦାକୁ ଆସୁଛନ୍ତି।

ଏହି ଫିଲ୍ମଟି ପ୍ରଖ୍ୟାତ ବକ୍ସର ହାୱା ସିଂହଙ୍କ ଜୀବନୀ ଉପରେ ଆଧାରିତ। ସୂରଜ୍‌ଙ୍କର ଏହି ଫିଲ୍ମକୁ ସଲ୍‌ମାନ୍‌ ମଧ୍ୟ ସପୋର୍ଟ କରୁଛନ୍ତି। ସେ ସୋଶାଲ୍‌ ମିଡିଆରେ ଏହି ଫିଲ୍ମର ଫାଷ୍ଟ୍‌ ଲୁକ୍‌ ପୋଷ୍ଟ କରିଛନ୍ତି। ଏଥିରେ ସୂରଜ ଜଣେ ପହିଲମାନ୍‌ଙ୍କ ଲୁକ୍‌ରେ ନଜର ଆସିଛନ୍ତି। ସେ ଏଥିରେ କ୍ଷୀର ପିଉଥିବା ଦେଖିବାକୁ ମିଳିଛି। ଏହି ବାୟୋପିକ୍‌କୁ ନେଇ ସୂରଜ୍ ବେଶ୍ ଉତ୍ସାହିତ ଅଛନ୍ତି।

କ୍ୟାପ୍ଟେନ୍‌ ହାୱା ସିଂଙ୍କ ଜନ୍ମ ହରିୟାଣାରେ ହୋଇଥିଲା। ସେ ୧୯ ବର୍ଷ ବୟସରେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ୧୯୬୦ରେ ସେ ଡିଫେଣ୍ଡିଂ ଚାମ୍ପିୟନ୍ ମୋହବ୍ବତ ସିଂହଙ୍କୁ ହରାଇ ‘ୱେଷ୍ଟର୍ନ କମାଣ୍ଡ’ର ଚାମ୍ପିୟନ୍ ହୋଇଥିଲେ। ସେ ୧୯୬୬ ଓ ୧୯୭୦ରେ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୬ରେ ତାଙ୍କୁ ‘ଅର୍ଜୁନ’ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୬୧ ରୁ ୧୯୭୨ ପର୍ଯ୍ୟନ୍ତ ସେ ଲଗାତାର ୧୧ ବର୍ଷ ନ୍ୟାସ୍‌ନାଲ୍‌ ଚାମ୍ପିୟନ୍‌ଶିପ୍‌ ଜିତିଥିଲେ। ଅବସର ନେବା ପରେ ସେ ନୂଆ ପ୍ରତିଭାମାନଙ୍କୁ ବକ୍ସିଂ କୋଚିଂ ଦେବା ଆରମ୍ଭ କରିଥିଲେ। ଜଣାଶୁଣା ଭିୱାନୀ ବକ୍ସିଂ କ୍ଲବ୍‌ର ସେ ସହ ପ୍ରତିଷ୍ଠାତା ଥିଲେ, ଯାହା ଦେଶକୁ ଅନେକ ଭଲ ବକ୍ସର ଦେଇଛି।   ସେଥିପାଇଁ ସେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ତେବେ ଏହି ପୁରସ୍କାର ଗ୍ରହଣ କରିବା ପୂର୍ବରୁ ୨୦୦୦ ମସିହାର ଅଗଷ୍ଟ ୧୪ ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

View this post on Instagram

#ConquerFromWithin 🖤

A post shared by Sooraj Pancholi (@soorajpancholi) on

ସୂଚନାଯୋଗ୍ୟ, ‘ହାୱା ସିଂହ’ର ନିର୍ଦ୍ଦେଶନା ଭାର ପ୍ରକାଶ ନାମ୍ବିୟରଙ୍କ ଉପରେ ନ୍ୟସ୍ତ ଥିବା ବେଳେ କମଲେଶ ସିଂହ କୁଶବାହ ଓ ସେମ୍‌. ଏସ୍‌ ଫର୍ଣ୍ଣାଡିସ୍‌ ଏହାର ପ୍ରୟୋଜନା କରୁଛନ୍ତି। ଖୁବ୍‌ଶୀଘ୍ର ଫିଲ୍ମର ଶୁଟିଂ ହରିୟାଣିଆରେ ଆରମ୍ଭ ହେବ। ଫିଲ୍ମର ଲିଡ୍‌ ହିରୋ ସୂରଜ ପାଞ୍ଚୋଲି ହେଉଛନ୍ତି ଅଭିନେତା ଆଦିତ୍ୟ ପୋଞ୍ଚୋଲିଙ୍କ ପୁଅ। ସେ ୨୦୧୫ରେ ସୁନୀଲ୍ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ସହ ଫିଲ୍ମ ‘ହିରୋ’ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟିକୁ ସଲ୍‌ମାନ୍‌ ଖାନ୍‌ ପ୍ରଯୋଜନା କରିଥିଲେ।



from Odisha Reporter https://ift.tt/2uk1zC7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages