ଶସ୍ତା ହେଲା ମୋଟୋରୋଲାର ଏହି ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 2, 2020

ଶସ୍ତା ହେଲା ମୋଟୋରୋଲାର ଏହି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ମୋବାଇଲ କମ୍ପାନୀ ମୋଟୋରୋଲା ନିଜର ଏକ ଫୋନ୍‌ର ଦର ଶସ୍ତା କରିଦେଇଛି। ଗତ ବର୍ଷ ଲଞ୍ଚ୍ ହୋଇଥିବା Moto G8 Plusର ମୂଲ୍ୟକୁ କମ୍ପାନୀ କମାଇଦେଇଛି। ଏହି ଫୋନ୍‌ଟିର ୪ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟକୁ କମ୍ପାନୀ ୧୩ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଏହାର ମୂଲ୍ୟକୁ କମାଇ କମ୍ପାନୀ ୧୨ ହଜାର ୯୯୯ ଟଙ୍କା କରିଦେଇଛି।

ଡୁଆଲ୍‌ ନାନୋ ସିମ୍‌ ସପୋର୍ଟ ଥିବା Moto G8 Plusରେ ଆପଣଙ୍କୁ ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି HD+ Max Vision ଡିସ୍‌ପ୍ଲେ ମିଳିବ। ଏହାର ରେଜୋଲୁଶନ୍‌ ୨୩୪୦x୧୦୮୦ ପିକ୍ସେଲ୍‌ ରହିଛି। ଏହି ଫୋନ୍‌ରେ ଅକ୍ଟାକୋର୍‌ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ୬୫୫ ପ୍ରୋସେସର୍‌ ଦିଆଯାଇଛି। ଏଥିରେ ୪ଜିବି  ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ରହିଛି, ଯାହାକୁ ଆପଣ ମେମୋରୀ କାର୍ଡ ଜରିଆରେ ୫୧୨ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ।

ଫଟୋଗ୍ରାଫି ପାଇଁ ଏହାର ପଛରେ ୪୮, ୧୬ ଓ ୫ ମେଗାପିକ୍ସେଲ୍‌ର ତିନୋଟି କ୍ୟାମେରା ସେଟ୍‌ଅପ୍‌ ରହିଛି। ସେହିପରି ସେଲ୍‌ଫି ପାଇଁ ଏଥିରେ ୨୫ ମେଗାପିକ୍ସେଲ୍‌ର ଫ୍ରଣ୍ଟ୍ କ୍ୟାମେରା ରହିଛି। ଏହି ଫୋନ୍‌ରେ ୪୦୦୦ଏମ୍‌ଏଏଚ୍‌ର ବ୍ୟାଟେରୀ ସହ ୧୫ ୱାଟ୍‌ ଟର୍ବୋପାୱାର୍‌ର ଚାର୍ଜର ମଧ୍ୟ ଦିଆଯାଇଛି।

ଏହି ଫୋନ୍‌କୁ ଆପଣ କମ୍‌ ମୂଲ୍ୟରେ ଫ୍ଲିପ୍‌କାର୍ଟରୁ କିଣିପାରିବେ। ଏଠି ଏହି ଫୋନ୍‌ କସ୍ମିକ୍‌ ବ୍ଲୁ ଓ କ୍ରିଷ୍ଟଲ୍‌ ପିଙ୍କ୍‌ କଲର୍‌ରେ ଉପଲବ୍ଧ ହେଉଛି।



from Odisha Reporter https://ift.tt/2v1sUJ7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages