ନୂଆଦିଲ୍ଲୀ : ଭାରତରେ Huawei Band 4 ଫିଟନେସ୍ ସ୍ମାର୍ଟ ବ୍ୟାଣ୍ଡର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକଙ୍କ ପାଇଁ ଏହି ବ୍ୟାଣ୍ଡଟି ଗ୍ରାଫାଇଟ୍ ବ୍ଲାକ୍ କଲର୍ରେ ଉପଲବ୍ଧ ହେଉଛି। ଥରେ ଚାର୍ଜ କଲେ ଆପଣ ଏହାକୁ ୯ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏପରିକି ଏହି ସ୍ମାର୍ଟ ବ୍ୟାଣ୍ଡରେ ସ୍ଲିପ୍ ଡିଜ୍ଅର୍ଡର ଡାଇଗ୍ନୋସିସ୍ର ସୁବିଧା ମଧ୍ୟ ରହିଛି। ଭାରତରେ ଏହାର ମୂଲ୍ୟ ୧,୯୯୯ଟଙ୍କା ରହିଛି। ଗ୍ରାହକ ଚାହିଁଲେ ଏହାକୁ ଫ୍ଲିପ୍କାର୍ଟରୁ ମଧ୍ୟ କିଣିପାରିବେ।
ଏଥିରେ ରହିଛି ଏହିସବୁ ଫିଚର୍
୧. ଏଥିରେ ୦.୯୬ ଇଞ୍ଚର ଟିଏଫ୍ଟି କଲର୍ ଟଚ୍ ଡିସପ୍ଲେ ଓ Apollo 3ର ମାଇକ୍ରୋ ପ୍ରୋସେସର ରହିଛି।
୨. ଏଥିରେ ନୋଟିଫିକେସନ୍ ଓ ରିମାଇଣ୍ଡର ପାଇଁ ଆଲର୍ଟ ସୁବିଧା ଏବଂ ଅପଟିକାଲ୍ ହାର୍ଟ ରେଟ୍ ସେନସର୍ ରହିଛି।
୩. ଆପଣ ଚାହିଁଲେ ଏହି ବ୍ୟାଣ୍ଡକୁ USB ଆଡପ୍ଟର୍ ସହିତ ଆଟାଚ୍ କରିପାରିବେ।
୪. ୯ରୁ ଅଧିକ ଏକ୍ସସରସାଇଜ୍ ମୋଡ୍ ଯେପରିକି ସାଇକେଲିଙ୍ଗ୍, ବ୍ଲାକିଙ୍ଗ୍ ଓ ରୋବିଙ୍ଗ ଆଦି ରହିଛି।
୫. ଏହି ବ୍ୟାଣ୍ଡରେ TruSleep 2.0 ଟେକ୍ନୋଲୋଜି ସପୋର୍ଟ ରହିଛି।
୬. କମ୍ପାନୀର କହିବା ଅନୁସାରେ ଏହି ବ୍ୟାଣ୍ଡ ୬ ପ୍ରକାରର ସ୍ଲିପ ଡିଜଅର୍ଡରକୁ ଡିଟେକ୍ସ କରିପାରିବ।
୭. ଏଥିରେ 91mAh ବ୍ୟାଟେରୀ ରହିଛି, ଯାହା ଥରେ ଚାର୍ଜ ହେଲେ ୯ ଦିନ ପର୍ଯ୍ୟନ୍ତ ଚାଲି ପାରିବ।
୮. ଏହା ସହିତ ଫାଇଣ୍ଡ ମାଇଁ ଫୋନ୍ ଓ ରିମୋଟ୍ ସଟର୍ ପରି ଫିଚର ମଧ୍ୟ ରହିଛି।
from Odisha Reporter https://ift.tt/2Omdd66
No comments:
Post a Comment