ଅଶ୍ୱତ୍ଥମା ଚରିତ୍ରରେ ଅଭିନୟ କରିବେ ଭିକ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 6, 2020

ଅଶ୍ୱତ୍ଥମା ଚରିତ୍ରରେ ଅଭିନୟ କରିବେ ଭିକ୍କି

ମୁମ୍ୱାଇ: ବଲିଉଡ୍‌ ଅଭିନେତା ଭିକି କୌଶଲ୍‌ଙ୍କୁ ଶେଷଥର ପାଇଁ ‘ଉରି- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଗତ ବର୍ଷ ଜାନୁଆରୀ ମାସରେ ଫିଲ୍ମଟି ରିଲିଜ୍ ହୋଇଥିଲା। ଆଦିତ୍ୟ ଧର ଏହାର ନିର୍ଦ୍ଦେଶନା ଦେଇଥିଲେ। ଆଉ ଏ ଦୁହେଁ ପୁଣି ଏକ ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି। ଆଦିତ୍ୟଙ୍କ ଫିଲ୍ମ ‘ଦ ଇମୋର୍ଟଲ୍‌ ଅଶ୍ୱତ୍ଥମା’ରେ ଅଭିନୟ କରିବେ ଭିକ୍କି। ଏଥିରେ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ ‘ଅଶ୍ୱତ୍ଥମା’ଙ୍କ ଚରିତ୍ରରେ ଅଭିନୟ କରିବେ।

ଏହି ଚରିତ୍ର ପାଇଁ ଭିକ୍କିଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ିବ। ଖବର ଅନୁସାରେ ସେ ୪ ମାସର କଠିନ ତାଲିମ ନେବେ। ତା’ଭିତରେ ସେ ଇସ୍ରାଏଲ୍‌ ଓ ଜାପାନ୍‌ର ମାର୍ଶଲ୍‌ ଆର୍ଟସ୍ ଶିଖିବେ। ତା’ସହିତ ଖଣ୍ଡା ଚଲାଇବା ଓ ଧନୁଶର ମାରିବା ମଧ୍ୟ ଶିଖିବେ।

ଅଶ୍ୱତ୍ଥମା ଚରିତ୍ର ପାଇଁ ତାଙ୍କ ଶରୀରର ଓଜନ ୧୧୫ କିଲୋଗ୍ରାମ ହେବା ଦରକାର ବୋଲି ନିର୍ଦ୍ଦେଶକ କହିଛନ୍ତି। ତେଣୁ ଭିକ୍କି ଏବେଠାରୁ ତାଙ୍କ ଓଜନ ବଢ଼ାଇବା ଆରମ୍ଭ କରି ଦେଇଛନ୍ତି। ତେବେ ଫିଲ୍ମ ପାଇଁ ଓଜନ ବଢ଼ାଇବା ତାଙ୍କ ପାଇଁ କିଛି ନୂଆ ନୁହେଁ। ଏହା ପୂର୍ବରୁ ‘ଉରି- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପାଇଁ ବି ସେ ତାଙ୍କ ଓଜନ ବଢ଼ାଇଥିଲେ।

‘ଦ ଇମୋର୍ଟଲ୍‌ ଅଶ୍ୱତ୍ଥମା’ ହିନ୍ଦୀ ସହିତ ଇଂରାଜୀ, ମନ୍ଦାରିନ୍‌, ତାମିଲ ଓ ତେଲୁଗୁ ଭାଷାରେ ୨୦୨୧ରେ ରିଲିଜ୍‌ ହେବ।

ସୂଚନାଯୋଗ୍ୟ, ଚଳିତ ମାସ ୨୧ ତାରିଖରେ ଭିକ୍କିଙ୍କ ଫିଲ୍ମ ‘ଭୂତ୍‌-  ଦ ହଣ୍ଟେଡ୍‌ ଶିପ୍‌’ ରିଲିଜ୍ ହେବାକୁ ଯାଉଛି। ଏଥିରେ ତାଙ୍କ ସହିତ ଭୂମି ପେଡ଼ନେକର ଓ ଆଶୁତୋଷ ରାଣା ଅଭିନୟ କରିଛନ୍ତି। ଭାନୁ ପ୍ରତାପ ସିଂହ ଏହାର ନିର୍ଦ୍ଦେଶନା ଦେଇଛନ୍ତି।



from Odisha Reporter https://ift.tt/2SsSwXo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages