ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବାସନ୍ତି କଲୋନୀରେ ଗୁରୁବାର ରାତିରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ପୂର୍ବତନ କାଉନସିଲର ଅଶେଷ ମହାନ୍ତି (ବୁଲୁ) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାସନ୍ତି କଲୋନୀସ୍ଥିତ ନିଜ ଅଫିସରୁ ବାହାରି ସ୍କୁଟି ଯୋଗେ ଯାଉଥିବା ବେଳେ ୨ ଜଣ ବାଇକ୍ରେ ଆସି ତାଙ୍କ ଉପରକୁ ବୋମା ମାଡ଼ କରିଥିବା ଜଣାଯାଇଛି।
ଗୁରୁତର ହୋଇ ବୁଲୁ ତଳେ ପଡ଼ିଯିବା ପରେ ଯୁବକଦ୍ୱୟ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଥିଲେ। ତୁରନ୍ତ ବୁଲୁଙ୍କୁ ସ୍ଥାନୀୟ ଲୋକେ ଆଇଜିଏଚ୍ରେ ଭର୍ତ୍ତି କରିଥିଲେ। ଉଦିତନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଛି।
ଯେଉଁ ସ୍ଥାନରେ ବୋମାମାଡ଼ ହୋଇଥିଲା, ତା’ଠୁ ଅଳ୍ପ ଦୂରରେ ଥିବା ଏକ ସ୍କୁଲ ନିକଟରୁ ଏକ ଅଫୁଟା ବୋମା ମିଳିଛି। ଘଟଣାସ୍ଥଳରେ ରାଉରକେଲା ଏସ୍ପି ପହଞ୍ଚିଛନ୍ତି। ବମ୍ ସ୍କ୍ୱାର୍ଡ ପହଞ୍ଚି ଅଫୁଟା ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ ଜାରି ରଖିଛି। ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଉଲ୍ଲେଖଯୋଗ୍ୟ ଯେ, ୭ ବର୍ଷ ପୂର୍ବେ ବ୍ୟବସାୟିକ ଶତ୍ରୁତାକୁ ନେଇ ବୁଲୁ ମହାନ୍ତିଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ଏଥିରେ ବୁଲୁ ଗୁରୁତର ହୋଇଥିଲେ ମଧ୍ୟ ବର୍ତ୍ତି ଯାଇଥିଲେ। ପୁଣି ଥରେ ଏପରି ମରଣାନ୍ତକ ଆକ୍ରମଣ ଘଟଣାର ପୁନରାବୃଦ୍ଧି ହେବାରୁ ପରିବାର ଲୋକେ ଆଶା ଆଶଙ୍କାରେ ରହିଛନ୍ତି।
from Odisha Reporter https://ift.tt/3bkr0nS
No comments:
Post a Comment