ସିଏଏ ବାବଦରେ କଥା ହେଉଥିବା ଯାତ୍ରୀଙ୍କୁ ପୁଲିସରେ ଦେଲେ ଉବେର ଡ୍ରାଇଭର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 6, 2020

ସିଏଏ ବାବଦରେ କଥା ହେଉଥିବା ଯାତ୍ରୀଙ୍କୁ ପୁଲିସରେ ଦେଲେ ଉବେର ଡ୍ରାଇଭର

ମୁମ୍ୱାଇ: ଜଣେ ବ୍ୟକ୍ତି ଉବେର କ୍ୟାବ୍‌ ଭଡ଼ା କରି ଯାଉଥିବା ବେଳେ ଫୋନ୍‌ରେ ସିଏଏ ବିରୋଧରେ କଥା ହେବାରୁ ଡ୍ରାଇଭର ଜଣଙ୍କ ତାଙ୍କୁ ପୁଲିସ୍‌ ଜିମାରେ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ବିଳମ୍ୱିତ ରାତିରେ ମୁମ୍ବାଇରେ ଘଟିଛି ଏହି ଘଟଣା। ତେବେ ପୁଲିସ୍ ସେହି ବ୍ୟକ୍ତିଙ୍କୁ ଛାଡ଼ି ଦେଇଛି। କବିତା କ୍ରିଷ୍ଣନ ନାମକ ଜଣେ ମହିଳା ଟୁଇଟ୍ କରି ଏ ବାବଦରେ ସୂଚନା ଦେଇଛନ୍ତି। ମୁମ୍ୱାଇ ପୁଲିସ ଦ୍ୱାରା କିଛି ସମୟ ପାଇଁ ଅଟକ ରହିଥିବା ଏହି ବ୍ୟକ୍ତିଙ୍କର ନାମ ବପ୍ପାଦିତ୍ୟ ସରକାର।

କବିତା କ୍ରିଷ୍ଣନଙ୍କୁ ବପ୍ପାଦିତ୍ୟ ସରକାର ହ୍ୱାଟସଆପରେ ମେସେଜ କରି ଏଭଳି ଘଟଣା ବାବଦରେ ସୂଚନା ଦେଇଥିଲେ। ସରକାର କବିତାଙ୍କୁ ଲେଖିଥିବା ମେସେଜରେ କହିଛନ୍ତି, ମୁମ୍ୱାଇର ଜୁହୁରୁ କୁର୍ଲା ଯିବା ପାଇଁ ସେ ୧୦ଟା ୩୦ରେ ଉବେର କାର ବୁକ୍ କରିଥିଲେ। କୁର୍ଲା ଆସିବା ସମୟରେ ତାଙ୍କର ଜଣେ ସାଙ୍ଗଙ୍କ ସହ ମୋବାଇଲ ଫୋନରେ ଦିଲ୍ଲୀ ଶାହୀନବାଗରେ ‘ଲାଲ ସଲାମ’ ନାରାକୁ ନେଇ ଲୋକମାନଙ୍କ ମତ ବାବଦରେ କଥା ହେଉଥିଲେ।

କାର ଡ୍ରାଇଭର ଏ ବାବଦରେ ସମସ୍ତ କଥା ମଧ୍ୟ ଶୁଣୁଥିଲେ। ହଠାତ୍ ସେ ଏଟିଏମରୁ ପଇସା ଉଠାଇବେ ବୋଲି କହିବା ପରେ କାରଟିକୁ ଛିଡ଼ା କରି ବାହାରକୁ ଯାଇଥିଲେ। କିଛି ସମୟ ପରେ ଦୁଇ ଜଣ ପୁଲିସଙ୍କୁ ଧରି କାର ଡ୍ରାଇଭର ଜଣଙ୍କ ତାଙ୍କ ପାଖକୁ ଆସିଥିଲେ। ଏହାପରେ ସେ ସାଙ୍ଗରେ ଆଣିଥିବା ‘ଡଫଲି’କୁ ନେଇ ପୁଲିସ ପ୍ରଶ୍ନ ଉଠାଇଥିଲା।

ଏହାପରେ ସରକାର କହିଥିଲେ, ସେ ଜୟପୁରରୁ ଆସିଥିଲେ ‘ମୁମ୍ୱାଇ ବାଘ’ରେ ଚାଲିଥିବା ସିଏଏ ବିରୋଧୀ ରାଲିରେ ସାମିଲ୍ ହେବା ପାଇଁ। ସେ ଯେହେତୁ ନାରା ଦେଉଥିଲେ ତେଣୁ ସାଙ୍ଗରେ ଡଫଲି ଆଣିଥିଲେ ବୋଲି କହିଥିଲେ।

ଏହି ସମୟରେ ଉବେର ଡ୍ରାଇଭର ଜଣଙ୍କ କହିଥିଲେ, ସେ ଜଣେ କମ୍ୟୁନିଷ୍ଟ ବୋଲି ଫୋନରେ କହୁଥିଲେ। ଦିଲ୍ଲୀର ଶାହୀନବାଗ ଭଳି ମୁମ୍ୱାଇରେ କରିବା ପାଇଁ ଆଲୋଚନା କରୁଥିଲେ। ଏ ନେଇ ତାଙ୍କ ମୋବାଇଲରେ ରେକର୍ଡିଂ ରହିଛି ବୋଲି ଡ୍ରାଇଭର ଜଣଙ୍କ କହିଥିଲେ।

ଏହାପରେ ସରକାରଙ୍କୁ ଥାନାକୁ ନେଇଯାଇଥିଲେ ପୁଲିସ। ଏହାପରେ ସରକାର ପୁଲିସଙ୍କ ନିଜ ଫୋନ କଥାବାର୍ତ୍ତାର ରେକର୍ଡିଂ ଶୁଣିବାକୁ ନିବେଦନ କରିଥିଲେ। ଏମିତିକି ତାଙ୍କ ଫୋନ ବାର୍ତ୍ତାଳପରେ କ’ଣ ଭୁଲ୍ ରହିଛି ସେ ବାବଦରେ କହିବାକୁ ଡ୍ରାଇଭରଙ୍କୁ କହିଥିଲେ ସରକାର।

ଡ୍ରାଇଭର ଜଣଙ୍କ ମଧ୍ୟ ଏ ନେଇ ଜବାବ ଦେଇଥିଲେ, ଆପଣଙ୍କ ଭଳି ଲୋକମାନେ ଦେଶକୁ ନଷ୍ଟ କରିବା ପାଇଁ ଚାହୁଁଛନ୍ତି। ଆମେ ଆପଣଙ୍କୁ ଏଭଳି କରିବା ପାଇଁ ଦେବୁ ନାହିଁ। ମୁଁ ଆପଣଙ୍କୁ ଅନ୍ୟ କେଉଁଠି କି ନେବା ପରିବର୍ତ୍ତେ ଥାନାକୁ ନେଇ ଆସିଛି ସେଥିପାଉଁ ଆପଣ ମୋତେ ଧନ୍ୟବାଦ ଦେବା ଉଚିତ। ପୁଲିସ ଓ ସରକାରଙ୍କ ମଧ୍ୟରେ ଏମିତି କିଛି ସମୟ ଆଲୋଚନା ହେବା ପରେ ରାତି ୧ଟାରେ ଅନ୍ୟ ଜଣେ ସିଏଏ ବିରୋଧୀ କର୍ମୀ ଏସ ଗୋହିଲ ଥାନାରେ ପହଞ୍ଚି ସରକାରଙ୍କୁ ନେଇଯାଇଥିଲେ। ତେବେ ସାଙ୍ଗରେ ଡଫଲ କିମ୍ୱା ବେକରେ ଲାଲ ସ୍କାର୍ଫ ନପିନ୍ଧି ଅଯଥା ବିବାଦରେ ନଫଶିବା ଦରକାର ବୋଲି ପୁଲିସ ସରକାରଙ୍କୁ ପରାମର୍ଶ ଦେଇଛି।

କବିତା କ୍ରିଷ୍ଣନ ଏ ସମସ୍ତ ଘଟଣା ମୁମ୍ୱାଇ ପୁଲିସ ଏବଂ ଉବେର ଇଣ୍ଡିଆକୁ ଟ୍ୟାଗ କରି ଲେଖିଛନ୍ତି। ମୁମ୍ୱାଇ ପୁଲିସ ଏହି ଘଟଣା ବାବଦରେ ଅନୁଧ୍ୟାନ କରୁଥିବା କହିଥିବା ବେଳେ ଉବେର ଇଣ୍ଡିଆ ଉବେର କ୍ୟାବର ବୁକିଂ ନମ୍ୱର ବାବଦରେ ମେସେଜ କରିବା ପାଇଁ କହିଛି।



from Odisha Reporter https://ift.tt/2GYmFsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages