ଅସୁବିଧା କରୁଛି ଟେଲି ଅଭିନେତ୍ରୀ ଟ୍ୟାଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 6, 2020

ଅସୁବିଧା କରୁଛି ଟେଲି ଅଭିନେତ୍ରୀ ଟ୍ୟାଗ୍‌

ମୁମ୍ୱାଇ: ଟେଲି ଅଭିନେତ୍ରୀ ହିନା ଖାନ୍‌ଙ୍କ ଫିଲ୍ମ ‘ହ୍ୟାକ୍‌ଡ’ ଆଜି ରିଲିଜ୍‌ ହୋଇଛି। ରିଲିଜ୍ ପୂର୍ବରୁ ଫିଲ୍ମଟିକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିବା ବେଳେ ଏହାର ପ୍ରୋମୋସନ୍ ବେଳେ ହିନା କହିଥିଲେ ଯେ ଛୋଟ ପରଦାରୁ ବଡ଼ ପରଦାକୁ ଆସିଥିବାରୁ ସେ ବଲିଉଡ୍‌ କ୍ଲାସ୍ ସିଷ୍ଟମ୍‌ର ଶିକାର ହୋଇଛନ୍ତି।

ଏକ ସାକ୍ଷାତକାରରେ ସେ କହିଥିଲେ,“ ଟିଭି ବ୍ୟାକଗ୍ରାଉଣ୍ଡରୁ ଆସିଥିବାରୁ ବଡ଼ ପ୍ରଯୋଜନା ସଂସ୍ଥା ଓ ବଡ଼ ଡିଜାଇନର୍‌ ତାଙ୍କ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଟିଭି ଷ୍ଟାରଙ୍କର ଦକ୍ଷତା ଥିଲେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଷ୍ଟାର୍‌ମାନେ ତାଙ୍କୁ ସମ୍ମାନ ଓ ସୁଯୋଗ ଦିଅନ୍ତି ନାହିଁ।

ହିନା ଆହୁରି କହିଥିଲେ, “ଗୋଟିଏ ଫିଲ୍ମ କରି ସାରିବା ପରେ ମୋର ଲୋକପ୍ରିୟତା କେତେ ବଢ଼ିବ, ମୁଁ ଜାଣିନାହିଁ। ଲୋକପ୍ରିୟତା ବଜାୟ ରଖିବା ଏକ କଷ୍ଟକର କାମ। ଜଣେ ଟେଲିଭିଜନ୍ ଅଭିନେତ୍ରୀର ଟ୍ୟାଗ୍ ଅନେକ ସ୍ଥଳରେ ମୋ ପାଇଁ ନେଗେଟିଭ୍‌ ପ୍ରମାଣିତ ହୋଇଛି। ଲୋକ ବିଭିନ୍ନ ସମୟରେ ମୋତେ କହିଛନ୍ତି, ତୁମେ ଟେଲି ଅଭିନେତ୍ରୀ, ଏହି ଚରିତ୍ରକୁ ଠିକ୍‌ ଭାବରେ କରିପାରିବ ନାହିଁ।”

‘ହ୍ୟାକ୍‌ଡ’ରେ ହିନାଙ୍କ ସହିତ ରୋହନ ଶାହ, ମୋହିତ ମଲହୋତ୍ରା ଓ ସିଦ୍ଧାର୍ଥ ମକ୍କରଙ୍କ ପରି ଅଭିନେତା ଅଭିନୟ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଛୋଟ ପରଦାରୁ ବଡ଼ ପରଦାକୁ ଆସିଥିବା ହିନାଙ୍କୁ ଦର୍ଶକେ କିପରି ଗ୍ରହଣ କରୁଛନ୍ତି।

ସୂଚନାଯୋଗ୍ୟ, ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ ହିନା।

 



from Odisha Reporter https://ift.tt/2tCNNdB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages