ତେଜ ପ୍ରତାପଙ୍କ ବିବାଦୀୟ ମନ୍ତବ୍ୟ, ୨୦୨୦ରେ ‘ନୀତୀଶ ବଧ’ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 21, 2020

ତେଜ ପ୍ରତାପଙ୍କ ବିବାଦୀୟ ମନ୍ତବ୍ୟ, ୨୦୨୦ରେ ‘ନୀତୀଶ ବଧ’ ହେବ

ବୈଶାଳୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ଏବଂ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ବିହାରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଦଳୀୟ ସମର୍ଥକଙ୍କୁ ସମ୍ୱୋଧନ କରିବାକୁ ଯାଇ ତେଜ ପ୍ରତାପ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ବଧ ହେବ ବୋଲି କହିଛନ୍ତି।

ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ବୈଶାଳୀ ଜିଲ୍ଲାର ଗଙ୍ଗାଜଳ ଗାଁରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଲୋକଙ୍କୁ ଉଦବୋଧନ ଦେବାକୁ ଯାଇ କହିଥିଲେ, ‘କଂସର ବଧ ହେବାର ଅର୍ଥ ୨୦୨୦ରେ କାହାର ବଧ ହେବ? ଏହି ସମୟରେ ଦଳୀୟ ସମର୍ଥକ କହିଥିଲେ ‘ନୀତୀଶଙ୍କର’।

ଏହାପରେ ତେଜ ପ୍ରତାପ କହିଥିଲେ, ଉତ୍ତର ମୋତେ ଦେବାର ଆବଶ୍ୟକତା ନାହିଁ। ଆପଣମାନେ ଭଲ ଭାବରେ ଜାଣିଛନ୍ତି ବିହାରବାସୀ କେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି। ତେଜସ୍ୱୀ (ସାନ ଭାଇ) ଓ ମୁଁ ସବୁବେଳେ ଲୋକଙ୍କ କାମରେ ବ୍ୟସ୍ତ ରହୁଛୁ। ଘର ଦ୍ୱାର ଛାଡ଼ି ସବୁବେଳେ ଲୋକଙ୍କ ଗହଳି ମଧ୍ୟରେ ରହୁଛୁ। ଆପଣମାନଙ୍କୁ ଭଲରେ ରଖିବା ପାଇଁ ଆମେ ସବୁବେଳେ ଚେଷ୍ଟା କରୁଛୁ ବୋଲି ତେଜପ୍ରତାପ କହିଛନ୍ତି। ଲୋକଙ୍କୁ ଉଦବୋଧନ ଦେବାବେଳେ ତେଜ ପ୍ରତାପ ବଂଶୀ ବଜାଉଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅନ୍ତିମରେ ବିହାର ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ କ୍ଷମତାରେ ଥିବା ଜେଡିୟୁ-ବିଜେପି ଏବଂ ଆରଜେଡି ନେତାଙ୍କ ମଧ୍ୟରେ ବାକଯୁଦ୍ଧ ସାଙ୍ଗକୁ ପୋଷ୍ଟର ଓ୍ୱାର ଦେଖିବାକୁ ମିଳିଛି।



from Odisha Reporter https://ift.tt/38YqJVO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages