ବ୍ରହ୍ମପୁର (ଜଗନ୍ନାଥ ସାହୁ): ଜଣେ ମହିଳା ରୋଗୀଙ୍କ ମୃତ୍ୟୁକୁ ନେଇ ବ୍ରହ୍ମପୁର ବ୍ରହ୍ମାନଗର ସ୍ଥିତ ଗୁରୁଦେବ ନର୍ସିଂହୋମ୍କୁ ବନ୍ଦ କରିବା ସହିତ ଏହାର ମାଲିକ, ଅପରେସନ୍ କରିଥିବା ଡାକ୍ତର ଓ ନର୍ସଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଗତକାଲି ମୃତ ମହିଳାଙ୍କ ପରିବାର ଲୋକଙ୍କ ସହିତ ଲାଞ୍ଜିପଲ୍ଲୀର ବାସିନ୍ଦାମାନେ ଆର୍ଡିସି ଓ ଡିଆଇଜି ଅଫିସ୍ ଯାଇ ଏହି ଦାବି କରିଥିଲେ।
ମୃତ ମହିଳାଙ୍କ ନାଁ ଐଶ୍ୱର୍ଯ୍ୟା ସିଂ ଦେଓ। ତାଙ୍କ ଘର ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଅଞ୍ଚଳରେ।
ଫେବ୍ରୁଆରୀ ୧୭ ତାରିଖରେ ଐଶ୍ୱର୍ଯ୍ୟା ଆପେଣ୍ଡିସାଇଟ୍ ଅପରେସନ୍ ପାଇଁ ଗୁରୁଦେବ ନର୍ସିଂହୋମ୍ରେ ଭର୍ତ୍ତି ହୋଇଥିଲେ। ସେହିଦିନ ତାଙ୍କର ଅପରେସନ୍ ହୋଇଥିଲା। ହେଲେ ଅପରେସନ୍ ବେଳେ ରାତି ପ୍ରାୟ ୧୦ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ତାଙ୍କ ସ୍ୱାମୀ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ୧୯ ତାରିଖ ଦିନ ପୁଲିସ୍, ଏକ ଡାକ୍ତରୀ ଟିମ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହିତ ଏହି ନର୍ସିଂହୋମ୍ ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ଐଶ୍ୱର୍ଯ୍ୟାଙ୍କ ମୃତ୍ୟୁକୁ ନେଇ ଖୋଳତାଡ଼ କରିଥିଲେ।
from Odisha Reporter https://ift.tt/2Pd5BDL
No comments:
Post a Comment